<h3>ଭୁବନେଶ୍ୱର,୨୫/୦୪/୨୪: ଅସହ୍ୟ ହେଉଛି ତାତି । ଘରୁ ବାହାରିବା ହୋଇଗଲା ମୁସକିଲ୍ । ଆଜି ଦିନ ସାଢେ ୧୨ଟା ନବାଜୁଣୁ ସହରର ତାପମାତ୍ରା ୪୦ ପାର । ରେକଡହେଲା ସାଢେ ୧୧ଟା ସୁଦ୍ଧା ରାଜ୍ୟର ୫ ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍ ହୋଇଛି । ୩ ସହର ତାପମାତ୍ରା ୪୧ ଡିଗ୍ରୀ ଛୁଇଁଛି । ରାଜଧାନୀ ଭୁବନେଶ୍ବରର ତାପମାତ୍ରା ସର୍ବାଧିକ ରହିଛି । ଭୁବନେଶ୍ବରର ତାପମାତ୍ରା ୪୧.୧ ଡିଗ୍ରୀ ରହିଛି। ରାଜଧାନୀ ଭୁବନେଶ୍ୱର ସହିତ ହୀରାକୁଦ, ବାଲେଶ୍ୱର, ଝାରସୁଗୁଡା, ଚାନ୍ଦବାଲି ଆଦି ସହରର ତାପମାତ୍ରା ମଧ୍ୟ ୪୦ ଡିଗ୍ରୀ ଟପିଛି । ବାଲେଶ୍ୱରରେ ତାପମାତ୍ରା ୪୧ ଡିଗ୍ରୀ, ଚାନ୍ଦବାଲି ୪୧ ଡିଗ୍ରୀ, ଝାରସୁଗୁଡା ୪୦.୪ ଡିଗ୍ରୀ, ହୀରାକୁଦରେ ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି କେନ୍ଦୁଝରର ତାପମାତ୍ରା ୩୯.୬ ଡିଗ୍ରୀ, ସମ୍ବଲପୁରରେ ୩୯ ଡିଗ୍ରୀ, ରାଉରକେଲାରେ ୩୮.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ତେଣୁ ସତର୍କ ରହିବା ପାଇଁ ନିହାତି ଆବଶ୍ୟକ ନଥିଲେ ଘରୁ ବାହାରକୁ ବାହାରନ୍ତୁନି । ଯଦି ଘରୁ କୋଣସି କାର୍ୟ୍ୟରେ ବାହାରକୁ ଜାଉଛନ୍ତି ତେବେ ସାଙ୍ଗରେ ପାଣିବୋତଲ, କଳାଚଷମା, ଛତା, ଗାମୁଛା ଆଦି ସାଙ୍ଗରେ ନିଅନ୍ତି । ଅସୁସ୍ଥ ଅନୁଭବ ହେଲେ ନିକଟସ୍ଥ ଡାକ୍ତର ଖାନା ଯାଆନ୍ତୁ । ତେବେ ଜାଇ ଅଂଶୁଘାତରୁ ରକ୍ଷା ପାଇପାରିବେ ।</h3>