ଯାଜପୁର,୨୫/୦୪/୨୪: ମରଣାତ୍ମକ ଆକ୍ରମଣ କରି ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଲୁଟିନେଲେ ଦୁର୍ବୁତ । ଘଟଣାକୁ ୨, ମାସରୁ ଉର୍ଦ୍ଧ ହୋଇଥିଲେ ସୁଦ୍ଧା ପୁଲିସ ହାତ ଖାଲି, ଏନେଇ ଧାରଣାରେ ବସିଲେ ଗ୍ରାମବାସୀ | ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସାଉଡିଆ ଗ୍ରାମପଞ୍ଚାୟତ ବଣିଆରୀ ଗ୍ରାମରେ । ବାଲିଚନ୍ଦ୍ରପୁର ପୋଲିସର କାର୍ୟ୍ୟଦକ୍ଷତାକୁ ନେଇ ଉଠିଲା ପ୍ରଶ୍ନ | ବାଲିଚନ୍ଦ୍ରପୁର ଥାନା ଆଗରେ ଧାରଣା ଦେଲେ ଶତାଧିକ ଗ୍ରାମବାସୀ | ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବାକୁ ଦେଲେ ଚେତାବନୀ |ଫେବୃଆରୀ ମାସ ୧୨ତାରିଖ ରାତିରେ ଅଜଣା ଲୁଟେରାଙ୍କ ଆକ୍ରମଣରେ ଶିକାର ହୋଇ ହରେଇଥିଲେ ଝିଅ ବାହାଘର ପାଇଁ ରଖିଥିବା ସୁନା ଗହଣା ଓ ନଗଦ ଲକ୍ଷାଧିକ ଟଙ୍କା | ଆକ୍ରମଣ ପରେ ସେ କଟକ ବଡମେଡିକାଲରେ ଚିକିତ୍ସିତ ହେଉଥିଲେ | ଏନେଇ ବାଲିଚନ୍ଦ୍ରପୁର ପୋଲିସ ଷ୍ଟେସନରେ ଫେବୃଆରୀ ୧୩ତାରିଖ ଦିନ ଅଶୋକଙ୍କ ପତ୍ନୀ ଭିଯୋଗ କରିଥିଲେ |ମାମଲା ରୁଜୁ ହେବା ପରଠୁ ଆଜିପଯ୍ୟନ୍ତ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଛି ପୁଲିସ ପୋଲିସ |