ଦେଶରେ ପ୍ରାୟତ ସବୁବେଳେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଚର୍ଚ୍ଚାରେ ରହିଥାଏ । ସେଥିପାଇଁ ପ୍ରଧାନମନ୍ତ୍ରୀ ଅନେକ ପ୍ରଶନ୍ସା ସାଉଣ୍ଟିଥାନ୍ତି ତ, ଆଉ ଅନେକଥର ବିରୋଧିଙ୍କୁ ବିରୋଧ କରିବାର ମୌଉକା ମଧ୍ୟ ମିଳିଥାଏ । ତେବେ ଏଥର ପ୍ରଧାନମନ୍ତ୍ରୀ ମଙ୍ଗଳସୂତ୍ର ପରେ ଏବେ ଉତ୍ତରାଧିକାର ଟ୍ୟାକ୍ସ ନେଇ ଆରମ୍ଭ ହୋଇଛି ରାଜନୈତିକ ଲଢ଼େଇ । ନିକଟରେ ବରିଷ୍ଠ କଂଗ୍ରେସ ନେତା ସାମ ପିଟ୍ରୋଡା ଆମେରିକାରେ ଉତ୍ତରାଧିକାରୀ ଟ୍ୟାକ୍ସକୁ ନେଇ ଏକ ବୟାନ ଦେଇଥିଲେ। ତାଙ୍କର ସେହି ବୟାନକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । ଏକ ଜନସଭାରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଟ୍ରୋଡା ଦେଇଥିବା ବୟାନକୁ କଡ଼ା ନିନ୍ଦା କରିଛନ୍ତି । ବାପା-ମା’ଙ୍କ ଠାରୁ ପ୍ରାପ୍ତ ସମ୍ପତ୍ତି ଉପରେ ମଧ୍ୟ ଟ୍ୟାକ୍ସ ଲାଗୁ ହେବ। ଆପଣ ନିଜ ପରିଶ୍ରମ କରି ଯେଉଁ ସମ୍ପତ୍ତି ଅର୍ଜନ କରିଛନ୍ତି ତାହା ଆପଣଙ୍କ ପିଲାମାନଙ୍କୁ ମିଳିବ ନାହିଁ । ବରଂ କଂଗ୍ରେସ ସରକାର ଏହାକୁ ତୁମଠାରୁ ଛଡ଼ାଇ ନେବ ବୋଲି ମୋଦି କହିଛନ୍ତି ।
କଂଗ୍ରେସର ମନ୍ତ୍ର ହେଉଛି, କଂଗ୍ରେସର ଲୁଟ୍ ଜୀନ୍ଦଗି କେ ସାଥ୍ ଭି ଔର୍ ଜୀନ୍ଦଗି କେ ବାଦ୍ ଭି। ଯେତେ ପର୍ୟ୍ୟନ୍ତ ଆପଣ ଜୀବିତ ରହିବେ, କଂଗ୍ରେସ ଆପଣଙ୍କ ଠାରୁ ଟ୍ୟାକ୍ସ ନେଇ ପାରିବ । ମୃତ୍ୟୁ ପରେ ସେ ଆପଣଙ୍କ ଉପରେ ଉତ୍ତରାଧିକାରୀ ଟ୍ୟାକ୍ସର ବୋଝ ଲଦି ଦେବ। ଯେଉଁ ଲୋକମାନେ ପୂରା କଂଗ୍ରେସ ପାର୍ଟିକୁ ନିଜ ପିଲାମାନଙ୍କୁ ସେମାନଙ୍କର ପୂର୍ବପୁରୁଷ ସମ୍ପତ୍ତି ଭାବରେ ଦେଇଛନ୍ତି, ସେମାନେ ଚାହାଁନ୍ତି ନାହିଁ ଯେ ଜଣେ ସାଧାରଣ ଭାରତୀୟ ତାଙ୍କ ସମ୍ପତ୍ତି ତାଙ୍କ ପିଲାମାନଙ୍କୁ ଦିଅନ୍ତୁ ବୋଲି କହି ପ୍ରଧାନମନ୍ତ୍ରୀ ବର୍ଷିଛନ୍ତି ।
କହିରଖୁ ଯେ, କଂଗ୍ରେସର ବରିଷ୍ଠ ନେତା ସାମ୍ ପିଟ୍ରୋଡା ଉତ୍ତରାଧିକାର ଟ୍ୟାକ୍ସକୁ ନିକଟରେ ଏକ ବୟାନ ଦେଇଥିଲେ। ସେ କହିଥିଲେ ଯେ, ‘ଆମେରିକାରେ ଉତ୍ତରାଧିକାର ଟ୍ୟାକ୍ସ ଲାଗୁ ଅଛି। ଯଦି ୧୦୦ ନିୟୁତ ଡଲାର ସମ୍ପତ୍ତି ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୁଏ ତେବେ ମୃତ୍ୟ ପରେ ତାଙ୍କ ସମ୍ପତ୍ତି ୪୫% ପ୍ରତିଶତ ତାଙ୍କ ପିଲାମାନଙ୍କୁ ଦିଆଯାଏ। ଆଉ ବାକି ସମ୍ପତ୍ତି ସରକାର ନିଜ ପାଖରେ ରଖନ୍ତି ।’