ଦେଶରେ ଲୋକସଭା ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ପ୍ରତେକ ରାଜନୈତିକ ଦଳ ନିଜ ନିଜ ସ୍ତରରେ ନିଜର ପ୍ରାର୍ଥୀ ମଧ୍ୟ ଦେଇସାରିଲେଣି । ଆଉ ପ୍ରଚାର ପାଇଁ ଜନତାଙ୍କ ପାଖକୁ ବାହାରି ପଡିଲେଣି । କିନ୍ତୁ ୟାରିଭିତରେ ସବୁଠାରୁ ଆଶ୍ଚର୍ୟ୍ୟ କଲାଭଳି ଚିତ୍ର ଦେଖିବାକୁ ମିଳିଛି ।ହଁ ଆଜ୍ଞା ଆମେ କହୁଛୁ ଉତ୍ତରପ୍ରଦେଶର ଲୋକସଭା ସିଟ୍ ଆମେଠିର କଥା । ନିର୍ବାଚନି ସମୟ ଆସିଲେ ଆମେଠି ଆଶନ ଉପରେ ପୁରା ଦେଶର ନଜର ରହିଥାଏ । କାରଣ ଏହି ଆଶନରୁ ଗାନ୍ଦି ପରିବାରରୁ ହିଁ ନିର୍ବାଚନ ଲଢିଥାନ୍ତି ତେବେ ୨୦୧୯ ନିର୍ବାଚନରେ ରାହୁଲ ଗାନ୍ଦି ଆମିଠି ଆସନରୁ ହାରିଥିଲେ । କିନ୍ତୁ ଏଥର କଂଗ୍ରେସ ଆମେଠି ଆସନ ପାଇଁ ନୂଆ ମୁହଁ ଦେଇପାରେ ବୋଲି ଚର୍ଚା ଜୋର ଧରିଛି । ପ୍ରିୟଙ୍କା ଗାନ୍ଧିଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ ଫଟୋ ଥିବା ଏକ ପୋଷ୍ଟର୍ ପୁରା ଆମେଠିର ରାଜନିତିରେ ଚର୍ଚ୍ଚା ସୃଷ୍ଟି କରିଛି । ଅମେଠିରେ ଥିବା ଦଳୀୟ କାର୍ୟ୍ୟାଳୟ ବାହାରେ ରବର୍ଟ ଭଦ୍ରାଙ୍କ ଫଟୋ ଥିବା ପୋଷ୍ଟର୍ ଲଗାଯାଇଛି। ଏହି ପୋଷ୍ଟର୍ରେ ରବର୍ଟ ଭଦ୍ରାଙ୍କୁ ପ୍ରାର୍ଥୀ କରିବା ପାଇଁ କୁହାଯାଉଥିବା ସୂଚନା ମିଳିଛି । ଖାଲି ସେତିକି ନୁହେଁ, ତେବେ ଏହି ପୋଷ୍ଟର୍ରେ ‘ଅମେଠି କୀ ଜନତା କରେ ପୁକାର, ରବର୍ଟ ଭଦ୍ରା ଅବ କୀ ବାର୍’ ଲେଖାଯାଇଛି । ଜାହା ସ୍ପଷ୍ଟକରୁଛି ରବର୍ଟ ଭଦ୍ରାଙ୍କ ରାଜନିତି ଅଙ୍କକୁ । ଆମେଠିର ଲୋକେ ଏଥର ରୋବର୍ଟ ଭଦ୍ରାଙ୍କୁ ଚାହୁଁଛନ୍ତି, ତେଣୁ ତାଙ୍କୁ ପ୍ରାର୍ଥୀ କରାଯାଉ ବୋଲି ଏଥିରେ କୁହାଯାଇଛି । କଂଗ୍ରେସର ଗଡ କୁହାଯାଉଥିବା ଅମେଠିରୁ ୨୦୧୯ରେ ରାହୁଲ ଗାନ୍ଧିଙ୍କୁ ପରାଜର ସାମ୍ନା କରିବାକୁ ପଡିଥିଲା। ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ ଏଠାରୁ ଚତ୍ମକାର ବିଜୟ ହାସଲ କରିଥିଲେ। ତେବେ ଏଥର ମଧ୍ୟ ଏହି ଦୁଇ ନେତାଙ୍କ ମଧ୍ୟରେ ଲେଢ଼ିଇ ଦେଖିବାକୁ ମିଳିବ ବୋଲି କୁହାଯାଉଛି। ଓ୍ୱାଇନାଡରେ ନିର୍ବାଚନ ସରିବା ପରେ ରାହୁଲ ଗାନ୍ଧି ଅମେଠିରେ ନାମାଙ୍କନ କରିବେ ବୋଲି ଚର୍ଚ୍ଚା ହେଉଛି। ଲୋକସଭା ନିର୍ବାଚନର ପଞ୍ଚମ ପର୍ୟ୍ୟାୟରେ ଆମେଠିରେ ମେ ୨୦ ତାରିଖରେ ଭୋଟ୍ ଗ୍ରହଣ ହେବ। ନାମାଙ୍କନପତ୍ର ଦାଖଲ କରିବାର ଶେଷ ଦିନ ହେଉଛି ମେ’ ୩ ତାରିଖରେ ହେବାକୁ ଯାଉଛି |