ପୁରୀ,୨୩/୪/୨୪: ଡିଜେର ଉଚ୍ଚ ଧ୍ବନିରେ ଶିବ ଭଜନ ବାଜୁଥିବା ବେଳେ ଅଘୋରି ଜଣକ ଶିବଙ୍କ ବେଶ ଧାରଣ କରି ହାତରେ ଜିଅନ୍ତା ନାଗ ସାପ ଧରି ନୃତ୍ୟ କରିଥଲେ। କେତେବେଳେ ଏହି ନାଗକୁ ବେକରେ ଗୁଡାଇ ଦେଉଛନ୍ତି ତ କେତେବେଳେ ପାଟିରେ ପୁରାଇ କାମୁଡୁଛନ୍ତି। ତେବେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ଏହା ବେଆଇନ ହୋଇ ଥିବା ବେଳେ ପଶୁପ୍ରେମୀ ମହଲରେ ଏହାକୁ ନେଇ ଅସନ୍ତୋଷ ସୃଷ୍ଟି ହେଇଛି।
ଏଭଳି ବେନିୟମ କାର୍ୟ୍ୟ କରିଥିବା ଉକ୍ତ କଳାକାର ବିରୋଧ ରେ କଡ଼ା କାର୍ୟ୍ୟନୁଷ୍ଠାନ ପାଇଁ ଦାବୀ ହୋଇଛି। ତେବେ ବନ ବିଭାଗ ଏହି ଘଟଣା ରେ ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ନେବାକୁ ଦାବୀ କରିଛନ୍ତି ବୁଦ୍ଧିଜୀବୀ। ତେବେ ବନ୍ୟଜନ୍ତୁ ଙ୍କ ସୁରକ୍ଷା ପାଇଁ ଗତ କିଛି ଦିନ ତଳେ ପି ସି ସି ଏଫ୍ କଟକଣା ଜାରି କରିଥିଲେ। କୌଣସି ବ୍ୟକ୍ତି ବନ୍ୟଜନ୍ତୁ ଙ୍କ ସହ ଫୋଟୋ ନେଇ ସୋସିଆଲ ମିଡ଼ିଆ ରେ ପ୍ରଚାର ପ୍ରସାର ପାଇଁ ଅପଲୋଡ଼ କଲେ ବନ୍ୟଜନ୍ତୁ ସୁରକ୍ଷା ଆଇନ୍ ଅନୁଯାୟୀ କଡ଼ା କାର୍ୟ୍ୟନୁଷ୍ଠାନ ନେଇ ଚେତାବନୀ ଦେଇଥିଲେ ପି ସି ସି ଏଫ୍।