<h3>ବରଗଡ଼ : ୧୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବରପାଲି ବ୍ଲକ କୁସନପୁରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ବାଲମୁକୁନ୍ଦ ପ୍ରଧାନ। ସଫେଇ ଓ ରାତ୍ରି ଜଗୁଆଳିଙ୍କ ବିଲ ପାସ କରେଇବା ପାଇଁ ଦାୟିତ୍ୱରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ମହିଳାଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରିଲା ବରଗଡ଼ ଭିଜିଲାନ୍ସ ବିଭାଗ । ଭିଜିଲାନ୍ସ ବିଭାଗ ଲାଞ୍ଚ ଟଙ୍କା ଜବତ କରିବା ସହ ପ୍ରଧାନଶିକ୍ଷକ ଶ୍ରୀ ପ୍ରଧାନଙ୍କ ଦୁଇଟି ସ୍ଥାନରେ ଛାନଭିନ କରୁଥିବା ସୂଚନା ମିଳିଛି । ଏହି ଚଢାଉ ସମୟରେ ଡିଭିଜନାଲ ଇନ୍ସପେକ୍ଟର ଶ୍ରୀ ତୁଷାର କାନ୍ତ ମହାପାତ୍ର, ସମ୍ବଲପୁର ଡି,ଏସ,ପି ଶ୍ରୀମତୀ ହେମାମାଳିନୀ ନାୟକ, ବରଗଡ ୟୁନିଟ ଇନ୍ସପେକ୍ଟର ଶ୍ରୀମତି ସୁଷମା ପଶାୟତ, ଡି ଏସ,ପି, ବରଗଡ ୟୁନିଟ ଇନ୍ସପେକ୍ଟର ଶ୍ରୀମତୀ ସୁଷମା ତ୍ରିପାଠୀ, ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏ ନେଇ ଏକ ମାମଲା ରୁଜୁ କରି ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି ।</h3>