<h3>ମୟୂରଭଞ୍ଜ: ଦୁଃଖର ପାହାଡ ତଳେ ଚାପିହୋଇ ଯାଇଛି ସାରା ପରିବାର। ଅଭାବ ଅନଟନ ମଧ୍ୟରେ ସମସ୍ତଙ୍କ ମୁହଁରୁ ହଜିଯାଇଛି ହସ। ଏଭଳି ପରିସ୍ଥିତିରେ ଭଗବାନଙ୍କ ଆଶୀର୍ବାଦ ସହୃଦୟ ବ୍ୟକ୍ତିମାନଙ୍କ ସାହାଯ୍ୟ ସହଯୋଗ ଏବେ ଏହି ନିସ୍ବ ପରିବାରର ସାହାଭରଷା । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଖଡିଆଶୋଳ ଗ୍ରାମରେ। ସ୍ୱାମୀର ଚିକିତ୍ସା କରାଇ ଜୀବନ ବଞ୍ଚାଇ ରଖିବାକୁ ଅସହାୟ ସ୍ତ୍ରୀ ସଂଘର୍ଷ କରି ଏବେ ନିଶ୍ବ । ଏଭଳି ପରିସ୍ଥିତିରେ ସ୍ୱାମୀର ଜୀବନ ବଞ୍ଚାଇବାକୁ ଆକୁଳ ନିବେଦନ କରିଛି ସ୍ତ୍ରୀ । କ୍ୟାନସର ପୀଡିତ ବ୍ୟକ୍ତି ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଖଡିଆଶୋଳ ଗ୍ରାମର ବିଜୟ କୁମାର ଧଳ | ଦିନ ମଜୁରିଆ ଭାବେ ବିଜୟ କାମକରି ନିଜର ସ୍ତ୍ରୀ ଓ ତିନିଝିଅଙ୍କୁ ନେଇ କଷ୍ଟେ ମଷ୍ଟେ ପରିବାର ମୁହଁରେ ଦାନା ଯୋଗାଉଥିଲେ | ହେଲେ ଭାଗ୍ୟର ବିଡମ୍ବନା ବିଗତ ତିନିବର୍ଷରୁ ଉର୍ଦ୍ଧ୍ବ ହେବ ବିଜୟ କ୍ୟାନସର ରୋଗରେ ପୀଡ଼ିତ | କ୍ୟାନସର ଆକ୍ରାନ୍ତ ସ୍ୱାମୀର ଚିକିତ୍ସା କରାଇ ଆର୍ଥିକ ଅନାଟନରେ ଦିନ କାଟିବା ସହ ବିଚାରୀ ସ୍ତ୍ରୀ ବନ୍ଧୁବର୍ଗଙ୍କ ଠାରୁ ଧାରକରଜ କରି ଅନେକ ଟଙ୍କା ଖର୍ଚ୍ଚ କରିସାରିଲେଣି । ହେଲେ ତାଙ୍କ ପକ୍ଷେ ଆଉ ଚିକିତ୍ସା କରାଇବା ସକ୍ଷମ ନ ହେବାରୁ ସ୍ତ୍ରୀ ସରିତା ଧଳ ଯୁବସମାଜ ସେବୀ ତଥା ମୟୂରଭଞ୍ଜ ଜିଲ୍ଲା ଫାର୍ମାଶିଷ୍ଟ ସଂଘର ସଭାପତି ଦିଲ୍ଲୀପ କୁମାର ତୁଙ୍ଗଙ୍କ ସହ ଯୋଗାଯୋଗ କରି ହାଇଟେକ ମେଡ଼ିକାଲ କଲେଜରୁ ଚିକିତ୍ସା କରାଇ ଆଣିଥିଲେ | ତେବେ ଦିନମଜୁରୀ ଲାଗି ଚିକିତ୍ସା କରୁଥିବା ସ୍ତ୍ରୀ ଆଉ ସ୍ୱାମୀଙ୍କୁ ଛାଡ଼ି କାମକୁ ମଧ୍ୟ ଯାଇପାରିଲେ ନାହିଁ ଫଳରେ ଚିକିତ୍ସା କ୍ଷେତ୍ରରେ ଆଉ ସକ୍ଷମ ହେଇପାରୁ ନାହାଁନ୍ତି ସ୍ତ୍ରୀ ସରିତା | ଏଭଳି ପରିସ୍ଥିତିରେ ସ୍ତ୍ରୀ ସରିତା ସ୍ୱାମୀଙ୍କ ଚିକିତ୍ସା ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି | ଯଦି କେହି ସହୃଦୟ ବ୍ୟକ୍ତି କିମ୍ବା ସାମାଜିକ ଅନୁଷ୍ଠାନ ବିଜୟଙ୍କୁ ସାହାଯ୍ୟ କରିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି ତେବେ ଫୋନପେ ନମ୍ବର ୮୧୪୩୫୪୦୫୧୪ ରେ ସହାୟତା କରିବା ପାଇଁ ସରିତା ନିବେଦନ କରିଛନ୍ତି ।</h3>