ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଆଦିବାସିଙ୍କ ଜୀବନ ଓ ଜିବିକା କହିଲେ ବୁଝାଏ ମହୁଲ ଫୁଲକୁ । ଖରା ଦିନ ଆସିଲେ ଜିଲ୍ଲାର କୋୟା, ପରଜା ଓ ଦିଡାଇ ଆଦିବାସି ଲୋକେ ପାହାଡ ଜଙ୍ଗଲକୁ ବାହାରି ଯାଆନ୍ତି ମହୁଲ ଫୁଲ ସଂଗ୍ରହ କରିବା ଲାଗି । ପାହାନ୍ତିଆ ସକାଳରୁ ମଧ୍ୟାନ୍ନ ପର୍ୟ୍ୟନ୍ତ ଆଦିବାସି ମାନେ ଜଙ୍ଗଲରୁ ଏପରି ଭାବେ ଗୋଟିଏ ଗୋଟିଏ ମହୁଲ ଫୁଲ ଗୋଟେଇ ଥାଆନ୍ତି । ପରେ ଏହାକୁ ଭାରରେ ବୋହି ନିଜ ନିଜ ଘରକୁ ନେଇ ଖରାରେ ସୁଖେଇ ଥାଆନ୍ତି ସେମାନେ । ମହୁଲ ଫୁଲ ଦୁଇ ତିନି ଦିନ ଖରାରେ ସୁଖିବା ପରେ ଏହାର ରଙ୍ଗ ସବୁଜରୁ ନାଲି ହେବା ପରେ ଏହା ବିକ୍ରି ଉପଯୋଗି ହୋଇଯାଏ । ହାଟ ବଜାରରେ କିଲୋ ପିଚ୍ଛା ୧୫ ରୁ ୨୫ଟଙ୍କା ଦରରେ ମହୁଲ ବିକ୍ରି କରି ଆଦିବାସି ଲୋକେ ନିଜର ଜୀବିକା ଅର୍ଜନ କରୁଥିବା ବେଳେ ଅନ୍ୟ କିଛି ଆଦିବାସୀ ଲୋକେ ୫ ରୁ ୧୦ଟଙ୍କାରେ ମଧ୍ୟ ମହୁଲ ବିକ୍ରି କରନ୍ତି । ତେବେ କେଉଁ ଆଦିମ କାଳରୁ ଆଦିବାସି ମାନେ ମହୁଲ ଉପରେ ନିର୍ଭର କରିଆସୁଥିବା ବେଳେ ଏହାର କିନ୍ତୁ ଉଚିତ ମୁଲ୍ୟ ମିଳୁ ପାରୁ ନାହି ସେମାନଙ୍କୁ । ମାଲକାନଗିରି ଜିଲ୍ଲାର କୋୟା ଆଦିବାସି ନିଜର ଆବଶ୍ୟକିୟ ସାମଗ୍ରୀ ଲାଗି ଏଯାଏଁ ଅଦଳ ବଦଳ ପ୍ରଥା ଉପରେ ହିଁ ବିଶ୍ବାସ କରୁଛନ୍ତି । ମହୁଲ ଆଦିବାସିଙ୍କ ଲାଗି ବର୍ଷର ଅଧା ଜିବିକା ଅର୍ଜନ କରିବାର ଏକ ପ୍ରମୁଖ ମାଧ୍ୟମ ହୋଇଥିଲେ ସୁଦ୍ଧା ସେମାନଙ୍କ ସରଳତାର ସୁଯୋଗ ନେଇ ଅନ୍ୟ ମାନେ ସେମାନଙ୍କୁ ଠକାମିରେ ପକାଉଥିବା ଅନେକ ନଜିର ରହିଛି । ଯାହାକୁ ଦୃଷ୍ଟି ଦେଇ ରାଜ୍ୟ ସରକାର କେବେ ସଠିକ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।