ଦେବଗଡ଼ : ଦେବଗଡ଼ ଜିଲ୍ଲାରେ ରେଙ୍ଗାଲି ବିସ୍ଥାପିତ କିଛି ଗ୍ରାମ ଅଛି ଲୋକଙ୍କ ପାଇଁ ବିଭିନ୍ନ ମୌଳିକ ସୁବିଧା ଆଜି ବି ଅପହଂଚ ହୋଇପଡିଛି। ସରକାରଙ୍କ ସମସ୍ତ ଜନହିତକର ଯୋଜନା ଗ୍ରାମଗୁଡିକ ନିକଟରେ ପଂହଚି ପାରୁନି। ସମସ୍ତ ବ୍ୟବସ୍ଥା ଅଛି, କିନ୍ତୁ ତାର ସଠିକ ସୁଫଳ ଲୋକମାନେ ପାଇ ପାରୁନାହାଁନ୍ତି। ଗ୍ରାମରେ ପିଇବା ପାଣି ପାଇଁ ବୋରୱେଲ ସହିତ ବିଭିନ୍ନ ଯୋଜନା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ବିନିଯୋଗ ମଧ୍ୟ ହୋଇଛି । କିନ୍ତୁ ବୋରୱେଲ ଜଳ ବିଭାଗ ପକ୍ଷରୁ ଖୋଳା ଯାଇଥିବାବେଳେ ରାସ୍ତା ମଧ୍ୟ ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି। ଆଜି ବି ବିକାଶ ସେମାନଙ୍କ ପାଇଁ ଅପହଂଚ ହୋଇପଡିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାରକୋଟ ବ୍ଲକର କାଳିଆପାଳ ପଂଚାୟତର ନୂଆକେଶଲା ଗ୍ରାମରେ। ଏନେଇ ଉକ୍ତ ଗ୍ରାମବାସୀମାନେ ବୈଠକ କରିବା ସହିତ ରେଙ୍ଗାଲି ବୁଡି ବାସଚୁତ୍ୟ ପରିବାର ୭୦ ପରିବାର ପାଇଁ ସରକାର ଯେଉଁ ଚୁକ୍ତି କରିଥିଲେ ତାହା ଅପହଞ୍ଚ ରାସ୍ତା, ବିଜୁଳି, ଅଙ୍ଗନୱାଡି, ପିଇବାପାଣି ସ୍ବତନ୍ତ୍ର ଗ୍ରାମର ମାନ୍ୟତା, ଶିକ୍ଷା ବ୍ୟବସ୍ଥା ଓ ପାନୀୟ ଜଳ ସୁବିଧା କରିବା ସଂପର୍କରେ ବୈଠକ କରି ଭୋଟ ବର୍ଜ୍ଜନ ନିଷ୍ପତି ନେଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କର ମୌଳିକ ସୁବିଧା ଗୁଡିକର ସମାଧାନ କରାନଗଲେ ଆଗାମୀ ସାଧାରଣ ନିର୍ବାଚନରେ ଉକ୍ତ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ଗ୍ରାମରେ ବୈଠକରେ ନିଷ୍ପତି ନେବାସହ ଆଜି ଗଣମାଧ୍ୟମ ଆଗେ ପ୍ରକାଶ କରିଛନ୍ତି । ଗ୍ରାମରେ ପ୍ରାୟ ରେଙ୍ଗାଳି ବୁଡି ବାସଚୁତ୍ୟ ପରିବାର ୭୦ରୁ ଉର୍ଧ ପରିବାର ବସବାସ କରୁଛନ୍ତି । ଏନେଇ ପୂର୍ବରୁ ଗ୍ରାମର ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ପ୍ରଶାସନଙ୍କ ଠାରୁ ଜିଲ୍ଲା ପ୍ରଶାସନଙ୍କୁ ବାରମ୍ବାର ଅବଗତ କରାଯାଇଥିଲା କିନ୍ତୁ ବର୍ତ୍ତମାନ ପର୍ଜ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ । ଭଲ ରାସ୍ତା ନଥିବା ଯୋଗୁଁ ଗ୍ରାମବାସୀମାନେ ବିଭିନ୍ନ ସମୟରେ ଅନେକ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଆମ୍ବୁଲାନ୍ସ ମଧ୍ୟ ଗ୍ରାମକୁ ଯାଉପାରୁନାହିଁ। ଘରକୁ ଘର ବିଦ୍ୟୁତ ସଂଯୋଗର ବ୍ୟବସ୍ଥା କରାଯାଇଛି। ତାହାବି ଠିକ ଭାବେ କାମ କରୁନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଉକ୍ତ ଗ୍ରାମରେ ସରକାରୀ ଯୋଜନା ପଂହଚିଛି, ସତ କିନ୍ତୁ ହେଲେ ତାହା କାଗଜ କଲମରେ ସୀମିତ ରହିଯାଉଥିବା ଅଭିଯୋଗ କରିଛନ୍ତି । ଗ୍ରାମବାସୀମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ବାଧ୍ୟ ହୋଇ ଭୋଟ ବର୍ଜ୍ଜନ ନିଷ୍ପତି ନେଇଛନ୍ତି ଗ୍ରାମବାସୀ ।