ବ୍ୟୁରୋ: କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେଲେ ନବୀନ ପଟ୍ଟନାୟକ । ଦୁଇଟି ବିଧାନସଭାରୁ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳି ସହ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବେ ମୁଖ୍ୟମନ୍ତ୍ରୀ । କଣ୍ଟାବାଞ୍ଜିରୁ ଲଢିବା ନେଇ ଘୋଷଣା କଲେ ନବୀନ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଘୋଷିତ ପଞ୍ଚମ ପର୍ୟ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ତାଙ୍କ ନାଁ ସ୍ଥାନ ପାଇଛି । ପୂର୍ବ ଘୋଷିତ ତାଲିକାରେ ମୁଖ୍ୟମନ୍ତ୍ରୀ ତାଙ୍କ ପାରମ୍ପରିକ ଆସନ ହିଞ୍ଜିଳିରୁ ଷଷ୍ଠ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି । ସୁତରାଂ ଗତଥର ଭଳି ଏଥର ମଧ୍ୟ ମୁଖ୍ୟମନ୍ତ୍ରୀ ଦୁଇଟି ଆସନରୁ ଲଢ଼ିବେ । ଅନ୍ୟପକ୍ଷରେ ସମ୍ବଲପୁରରୁ ପ୍ରାର୍ଥୀ ହୋଇଥିବା ପ୍ରସନ୍ନ ଆଚାର୍ୟ୍ୟଙ୍କୁ ରେଢ଼ାଖୋଲ ଆସନ ଦିଆଯାଇଥିବା ବେଳେ ତାଙ୍କ ଜାଗାକୁ ଯାଇଛନ୍ତି ରେଢ଼ାଖୋଲ ପ୍ରାର୍ଥୀ ରୋହିତ ପୂଜାରୀ । ସମ୍ବଲପୁରରୁ ପ୍ରାର୍ଥୀତ୍ୱକୁ ନେଇ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ୟ୍ୟ ଅସନ୍ତୁଷ୍ଟ ଥିଲେ । ମୁଖ୍ୟମନ୍ତ୍ରୀ ଏହାକୁ ବିଚାର କରି ତାଙ୍କ ପୂର୍ବ ଆସନ ରେଢ଼ାଖୋଲରେ ଶ୍ରୀ ଆଚାର୍ୟ୍ୟଙ୍କୁ ପ୍ରାର୍ଥୀ କରିଛନ୍ତି । ଚିତ୍ରକୋଣ୍ଡାରୁ ଲକ୍ଷ୍ମୀପ୍ରିୟା ନାୟକ, ପଦ୍ମପୁରରୁ ବର୍ଷା ସିଂ ବରିହା, କୁଚିଣ୍ଡାରୁ ରାଜେନ୍ଦ୍ର ଛତ୍ରିଆ, ଦେବଗଡରୁ ଅରୁନ୍ଧତୀ ଦେବୀ, ଅନୁଗୁଳରୁ ସଂଯୁକ୍ତା ସିଂହ, ନିମାପଡାରୁ ଦିଲୀପ ନାୟକ, କଣ୍ଟାବାଞ୍ଜିରୁ ନବୀନ ପଟ୍ଟନାୟକ, ସାନଖେମୁଣ୍ଡିରୁ ମିସ୍ ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ଜୟପୁରରୁ ଡ. ଇନ୍ଦିରା ନନ୍ଦ, ରେଢ଼ାଖୋଲରୁ ପ୍ରସନ୍ନ ଆଚାର୍ୟ୍ୟ, ସମ୍ବଲପୁରରୁ ରୋହିତ ପୂଜାରୀଙ୍କ ନାମ ଘୋଷଣା କରିଛି ବିଜେଡି ।