ବ୍ୟୁରୋ: ଖରାଦିନ ଆରମ୍ଭ ହୋଇସାରିଛି । ଏବେ ବଜାରେ ଅନେକ ପ୍ରକାର ର ଫଳ ଆପଣ ଦେଖିବାକୁ ପାଉଥିବେ ଆଉ ଖରା ଦିନରେ ବିଭିନ୍ନ ଫଳ ର ଫାଇଦା ମଧ୍ୟ ଅନେକ । ଏହି ଫଳଗୁଡିକ ମଧ୍ୟରେ ଅନେକ ଔଷଧୀୟ ଫଳ ମଧ୍ୟ ରହିଛି ।ଯାହା କୁ ଖାଇଲେ ଶରୀର କୁ ଅନେକ ପ୍ରକାର ଫାଇଦା ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏମିତି କୋଳି ଯାହାର ଅନେକ ଫାଇଦା ମିଳିଥାଏ । ଏଗୁଡିକ ମଧ୍ୟରୁ ଗୋଟିଏ ହେଉଛି ତୁତକୋଳି (ମଲ୍ ବେରୀ) ବା ଏହାକୁ ଖାଲି ବେରୀ ମଧ୍ୟ କୁହାଯାଏ । ଏଥିରେ ଅନେକ ଔଷଧୀୟ ଗୁଣ ରହିଥାଏ ।
ଆସନ୍ତୁ ଜାଣିବା ମଲ ବେରି ବା ତୁତ କୋଳି ବିଷୟରେ ……..
ଏହି କୋଳିରେ ଅନେକ ପ୍ରକାର ପୋଷକ ତତ୍ତ୍ବ ମିଳିଥାଏ ଯାହା ଶରୀରକୁ ସୁସ୍ଥ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ । । ଭିଟାମିନ୍ ଏବଂ ପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ, ମଲବେରି ରେ ଭିଟାମିନ୍ କେ, ସି ଏବଂ ପୋଟାସିୟମର ଏକ ଉତ୍ତମ ଉତ୍ସ । ମଲବେରି କୋଳି ଖାଇବା ଦ୍ୱାରା ହଜମ କରିବାରେ ସାହାଯ୍ୟ କରେ.., ଡାଇବେଟିସ କୁ ନିୟନ୍ତ୍ରଣ କରେ , ମୋଟାପଣ କୁ ମଧ୍ୟ ହ୍ରାସ କରିବାରେ ସାହାଯ୍ୟ କରେ ଉଚ୍ଚ କୋଲେଷ୍ଟ୍ରଲକୁ ବି ନିୟନ୍ତ୍ରଣ କୁ ଆଣିଥାଏ .. ଆଖି ତଳ କଳା ଦାଗ କୁ ବି ଦୁର କରିଥାଏ
ଏହା ସହ କେଶ ପାଇଁ ମଧ୍ୟ ଏହା ଖୁବ ଉପକାରୀ ଚର୍ମ ରୋଗରୁ ମୁକ୍ତି ବି ଦେଇଥାଏ ..କେଶ ଝଡିବା କୁ ବନ୍ଦ କରିବା ସହ କେଶ ଲମ୍ବା ହେବାରେ ମଧ୍ୟ ସାହାର୍ଯ୍ୟ କରେ । ମୁହଁ ରେ ଥିବା ବ୍ରଣ , ଦାଗ , ଚିହ୍ନ କୁ ବି ସଫା କରିଦେଇଥାଏ ଶରୀରରେ ଚମକ ମଧ୍ୟ ଫେରାଇ ଆଣିଥାଏ ସଦା ଯୌବନ କୁ ବିି ବଜାଇ ରଖିଥାଏ । ଏହା ବ୍ୟତୀତ ରକ୍ତ ସଞ୍ଚାଳନକୁ ଠିକ୍ ରଖିଥାଏ । ଏହି ଫଳ ମସ୍ତିଷ୍କ ବିକାଶରେ ମଧ୍ୟ ସାହାଯ୍ୟ କରିଥାଏ । ଇଟାଲୀ, ଫ୍ରାନ୍ସ ଏବଂ ଫିଲିପାଇନ୍ସର ଭାରତ ର କୋଣ ଅନୁକୋଣ ରେ ଏହି ତୁତ୍କୋଳି କୁ ଦେଖିବାକୁ ମିଳିଥାଏ । ଖୁବ ଶସ୍ତାରେ ମଧ୍ୟ ଏହି କୋଳି ବଜାର ରେ ଉପଲବ୍ଧ ରହିଥାଏ ।