ରାଜନଗର : ଇଲେକ୍ଟ୍ରିକ ସର୍ଟ ସର୍କିଟରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ କୃଷ୍ଣନଗର ଗ୍ରାମପଂଚାୟତର କନକନଗର ଗାଁର ପ୍ରକାଶ ଚନ୍ଦ୍ର ମାଇତିଙ୍କ ଘରେ ଇଲେକ୍ଟ୍ରିକ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିଲା । ତେବେ ନିଆଁକୁ ଆୟତ କରିବା ପାଇଁ ଗାଁଲୋକମାନେ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ଫଳରେ ସମ୍ପୂର୍ଣ୍ଣ ଘର ଜଳିଯିବା ସହ ଘର ଭିତରେ ଥିବା ନଗଦ ୨୦ହଜାର ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ସୁନା ରୁପା ଅଳଙ୍କାର ସବୁ ଜଳି ପାଉଁଶ ହୋଇଯାଇଛି । ଫଳରେ ଏହି ଗରିବ ପରିବାର ସମ୍ପୂର୍ଣ୍ଣ ବେସାହାରା ହୋଇ ପଡିଛନ୍ତି । ଏହାପରେ ସ୍ଥାନୀୟ ସରପଂଚ ଘଟଣାସ୍ଥଳରେ ଅଗ୍ନିବିପନ୍ନ ପରିବାରକୁ ଜରି ପାଲ ସହ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଯୋଗାଇ ଦେଇଥିଲେ । ଅନ୍ୟପଟେ ଅଗ୍ନିବିପନ୍ନ ବେସାହାରା ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।