ପାରାଦ୍ଵୀପ : ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀରେ ଧିରେ ଧିରେ ସମସ୍ୟାରେ ପଡିବାକୁ ଯାଉଛି ବିଜେପି। ନୂଆ ନେତା ଓ ନୂଆ ମୁଦା ନେଇ ଗଡ ସଜାଡିବା ଆରମ୍ଭ କରିଛି ପାରାଦୀପ କଂଗ୍ରେସ। ଯାହା ବିଜେପିର ଭୋଟ ହାରକୁ ପ୍ରଭାବିତ କରିବ ବୋଲି ଆକଳନ କରାଯାଉଛି । ୨୦୧୯ ନିର୍ବାଚନ ପରଠାରୁ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳର ସମସ୍ତ କାର୍ଯ୍ୟକ୍ରମ ବନ୍ଦ ପଡିବା ସହିତ କର୍ମୀ ମାନେ ଧିରେ ଧିରେ ବିଜେପି ସଂଗଠନ ସହିତ ଜଡିତ ହେଉଥିଲେ। ତେଣୁ ନିଜ ଗଡ ସଜାଡିବା ପାଇଁ କଂଗ୍ରେସ ତରଫରୁ ରାହାମା ଠାରେ ବୁଥ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଆଗାମୀ ସାଧାରଣ ନିର୍ବାଚନ ରେ ଦଳୀୟ ପ୍ରାର୍ଥୀ ଙ୍କ ହାତ ମୁଠାକୁ ଟାଣ କରିବା ସହିତ ପାରାଦୀପ ନିର୍ବାଚନ ମଣ୍ଡଳୀ ରେ ଜାତୀୟ କଂଗ୍ରେସ ପ୍ରାର୍ଥୀ ଙ୍କୁ ବିଜୟୀ କରିବାକୁ ଆହ୍ୱାନ ଦେଇଛନ୍ତି ଦଳୀୟ ନେତୃବୃନ୍ଦ l ପାରାଦୀପ ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ଯେଉଁ ବ୍ୟକ୍ତି ନେତୃତ୍ୱ ନେଉଥିଲେ ସେ ଦଳରୁ ଦୁରେଇ ରହିବା ଫଳରେ କିଛିଦିନ ଧରି ଦଳ ଦୁର୍ବଳ ହୋଇପଡିଥିବା ଯାହା ଅନୁମାନ କରାଯାଉଥିଲା ତାହା ଦୂର ହୋଇଛି l ଉଦୀୟମାନ ଯୁବନେତା ନିରଞ୍ଜନ ନାୟକ ଙ୍କ ନେତୃତ୍ୱ ରେ ପାରାଦୀପ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ତାର ସ୍ଥିତି ସୁଦୃଢ କରିବାରେ ଲାଗିଛି l ନିର୍ବାଚନ ଆଗକୁ ଦୁଇମାସ ରହିଥିବା ବେଳେ ପାରାଦୀପ ନିର୍ବାଚନ ମଣ୍ଡଳୀ ରେ ଜାତୀୟ କଂଗ୍ରେସ ତାର ସ୍ଥିତି ସୁଦୃଢ କରିବା ସହିତ ଆଗାମୀ ଦିନରେ ପାରାଦୀପ ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ କୁ ତୃଣମୂଳ ସ୍ତରରୁ ସଂଗଠିତ କରି ନିର୍ବାଚନ ରେ ଉତ୍ତମ ପ୍ରଦର୍ଶନ କରିବ ବୋଲି କହିଛନ୍ତି ଦଳୀୟ ନେତୃତ୍ୱ l ଲୋକ ପରିବର୍ତନ ଚାହୁଁଛନ୍ତି ବିଗତ ପାଞ୍ଚବର୍ଷ ରେ ପାରାଦୀପ ନିର୍ବାଚନ ମଣ୍ଡଳୀ ରେ କୌଣସି ଆଖି ଦୃଶିଆ କାର୍ଯ୍ୟ ହୋଇନାହିଁ l ଯାହାକୁ ନେଇ ଲୋକେ ଜାଣିଛନ୍ତି ଆଗାମୀ ନିର୍ବାଚନ ପୂର୍ବରୁ କଂଗ୍ରେସ ର ସମସ୍ତ କର୍ମୀଙ୍କୁ ଦଳକୁ ଫେରାଇ ଅଣାଯିବ ଏବଂ ସେହି କର୍ମୀ ହିଁ ନିର୍ବାଚନ ରେ ବିଜେପି ଓ ବିଜେଡି କୁ ଜବାବ ଦେବେ ବୋଲି କହିଛନ୍ତି କଂଗ୍ରେସ ର ଯୁବ ନେତା ନିରଞ୍ଜନ ନାୟକl