ବରଗଡ: ମାତ୍ର ଦୁଇ ମାସ ମଧ୍ୟରେ ବରଗଡ଼ ଜିଲ୍ଲାର ପାଇକମାଳ ଥାନା ଅଞ୍ଚଳରେ ମାଓବାଦୀ ମାନେ ଦୁଇ ଥର ନିଜ ଉପସ୍ଥିତି ଜାହିର କଲେ । ତେବେ DVF -SOG ଓ CRPF ଟିମର ମିଳିତ କମ୍ବିଂ ଅପରେସନ କରଯାଇଥିବା ବେଳେ ପ୍ରଥମେ ମାଓବାଦୀ ମାନେ ଗୁଳି ଚଳାଇଥିଲେ ତେବେ ଏହାର ଜବାବ ଦିଆଯାଇଥିବା ବେଳେ ଉଭୟ ପଟରୁ ଦୁଇଥର ଗୁଳି ବିନିମୟ ହୋଇଥିଲା । ତେବେ ୧୫ ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ମାଓବାଦୀ ବହୁଦିନ ଧରି କେମ୍ପ କରି ରହୁଥିବା ସନ୍ଦେହ କରାଯାଉଥିବା ବେଳେ ରାତ୍ରି ଅନ୍ଧାରର ସୁଯୋଗ ନେଇ ଛତ୍ରଭଙ୍ଗ ଦେଇଥିବା ବରଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମୀନା ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଉଛନ୍ତି। ଏବେ ବି ସେହି ପାହାଡ ଉପରେ କମ୍ବିଂ ଅପରେସନ ଜୋରଦାର ଭାବରେ ଚାଲିଛି । ତେବେ ମାଓବାଦୀ ମାନେ ମୁଖ୍ୟ ସ୍ରୋତ କୁ ଫେରି ଆସନ୍ତୁ ସେମାନଙ୍କ ପାଇ ପ୍ରଶାସନ ପକ୍ଷରୁ ଯାହାକିଛି ସୁବିଧା ସୁଯୋଗ ଅଛି ସବୁ ଦିଆ ଯିବ ବୋଲି ଗଣମାଧ୍ୟମ ଜରିଆରେ ବରଗଡ଼ ଏସପି ପ୍ରହଲ୍ଲାଦ ମୀନା ମାଓବାଦି ମାନଙ୍କୁ ଅପିଲ କରିଛନ୍ତି। ତେବେ ପାଇକମାଲ ଥାନା ଅଂଚଳର ଗନ୍ଧମାର୍ଦ୍ଧନ ପାହାଡ ଉପରେ ଥିବା କପିଳଧାର ଝରଣା ପାଖରେ ଏହି ଗୁଳି ବିନିମୟ ଘଟିଥିବା ବେଳେ ବରଗଡ଼ ବଲାଙ୍ଗିର ଓ ମହାସମୁନ୍ଦ ଡିଭିଜନର ମାଓ ସଂଗଠନ ହୋଇଥିବା ସୂଚନା ରହିଛି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ମାଓ କ୍ୟାମ୍ପ ଠାବ ହୋଇଥିବା ବେଳେ ମାଓ ବ୍ୟବହୃତ ରୋଷେଇ ସାମଗ୍ରୀ, ତାରପୋଲିନ , ଟୋପି, ରେଡ଼ିଓ, ବ୍ୟାଟେରୀ, ଡାଲି,ଚାଉଳ ସହ ମସଲା ସାମଗ୍ରୀ ଇତ୍ୟାଦି ଜବତ କରାଯାଇଛି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।