କେନ୍ଦ୍ରାପଡ଼ା : ଚଲା ବାଟରେ ବାଡ ବନ୍ଦ୍ କରିବାକୁ ନେଇ ମହିଳାଙ୍କୁ ମାଡ଼ । ଏ ଘଟଣା ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଚନ୍ଦନଗର ଗାଁର । ସାଜି ରାସ୍ତାରେ ବାଉଁଶ ବାଡ ପୋତିବାକୁ ନେଇ ଦୁଇ ପରିବାର ୟାକୁ ଅଲି ଓ ଏସ.କେ ସିଦିଙ୍କ ମଧ୍ୟରେ ହୋଇଥିଲା ବଚସା । ୟାକୁ ଅଲିଙ୍କ ବିବାହିତ ଝିଅ ମଲ୍ଲିଖା ବେଗମ୍ ଆସିଥିଲେ ବାପ ଘରକୁ। ଝଗଡା ହେଉଥିବା ଦେଖି ତାଙ୍କ ମାଆଙ୍କ ଉପରେ ପାଟିକରି ଘରକୁ ଚାଲ୍ ବୋଲି କହିଥିଲେ ଠିକ୍ ସେତିକିବେଳେ ଏସ କେ ସିଦି ପରିବାର ଲୋକେ ମଲ୍ଲିଖା ବେଗମ୍ କୁ ଟଣାଭିଡା କରିଥିଲେ । ଏହାସହ ମଲ୍ଲିଖା ଥାନାକୁ ଗଲେ ତାଙ୍କୁ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲେ ସିଦିଙ୍କ ପରିବାର । ଏହାପରେ ମଲ୍ଲିଖା ଥାନାକୁ ଯିବାରେ ତାଙ୍କ ମାଆ ଓ ଭାଇ ମନୋହର ଥାନାକୁ ଯାଉଥିଲେ । ହେଲେ ଯିବା ବାଟରେ ସିଦିଙ୍କ ପରିବାର ଲୋକେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ମନୋହରର ମାଆ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ଏଭଳି କାଣ୍ଡ ଘଟାଇଥିବା ସମସ୍ତ ବ୍ୟକ୍ତିଙ୍କ ଉପରେ ପୋଲିସ କି ପ୍ରକାରର କାର୍ୟ୍ୟାନୁଷ୍ଠାନ ନେଉଛି ତାହା ସମୟ କହିବ।