ବାରାମୂଳା : ଜମ୍ମୁ-କଶ୍ମୀର ସୋପେର ଅଞ୍ଚଳରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ। ସୋମବାର ସୋପରର ନଗର ପରିଷଦ ଅଫିସରେ ଏହି ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଜଣେ କାଉନସିଲର ଓ ଜଣେ ପୋଲିସର ଜଣେ ଯବାନଙ୍କର ମୃତ୍ୟୁ ହୋଇଛି। ଏହା ସହିତ ଅନ୍ୟ କିଛି ଲୋକ ଗୁରୁତର ଭାବରେ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ନଗର ପରିଷଦ ଅଫିସରେ କାଉସିଲରଙ୍କ ବୈଠକ ସମୟରେ ଏହି ଆକ୍ରମଣ ହୋଇଥିଲା। ପୋଲିସର ସୂଚନା ଅନୁସାରେ, ଯେତେବେଳେ ନଗର ପରିଷଦ ଅଫିସରେ କାଉନସିଲରଙ୍କ ବୈଠକ ହୋଇଥିଲା ଆତଙ୍କବାଦୀମାନେ ଗୁଳି ବର୍ଷା କରିବା ଆରମ୍ଭ କରିଦେଇଥିଲେ। ଏହି ଆକ୍ରମଣରେ ରେୟାଜ୍ ଅହମ୍ମଦ ନାମକ ଜଣେ କାଉସିଲରଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ଜଣେ କାଉନସିଲର ଆହତ ହୋଇଛନ୍ତି। ସେଭଳି ବୈଠକ ବେଳେ ଅଫିସର ସୁରକ୍ଷାରେ ମୁତୟନ ଥିବା ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଯାଇଛି। ଏହି ଆକ୍ରମଣ ପରେ ବହୁ ସଂଖ୍ୟାରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଯାଇଛନ୍ତି ଓ ପୁରା ଅଞ୍ଚଳକୁ ଘେରାଉ କରି ଆତଙ୍କବାଦୀଙ୍କର ସନ୍ଧାନ କରାଯାଉଛି।