ପୁରୀ: ପୁରୀ ରେ ନିର୍ବାଚନ ମହୋଲ ସରଗରମ ହୋଇ ସାରିଥିବା ବେଳେ ପୁଣି ବିଜେଡ଼ିର ପ୍ରାର୍ଥୀ ସୁନିଲ ମହାନ୍ତି ଙ୍କୁ ଟାର୍ଗେଟ କରିଛନ୍ତି ପୁରୀ ବିଧାୟକ ତଥା ବିଜେପି ପୁରୀ ବିଧାନସଭା ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ।ସେ ସିଧାସଳଖ କହିଚନ୍ତି ବିଜେଡି ନେତା କେବଳ ନିର୍ବାଚନ ସିଜିନ୍ ରେ ଦେଖାଯାଆନ୍ତି। ନିର୍ବାଚନ ସରିଲେ ଲୋକ ଙ୍କ ଠାରୁ ଦୂରେଇ ଯାଆନ୍ତି। ହେଲେ ଆମ ସବୁବେଳେ ଲୋକ ଙ୍କ ସହ ଅଛୁ।ଲୋକ ଙ୍କ ସୁଖ ଦୁଃଖ ରେ ଆମେ ରହିଚୁ। ତେବେ ପ୍ରତିପକ୍ଷ ପ୍ରାର୍ଥୀ ସୁନିଲ ମହାନ୍ତି ଙ୍କ ପ୍ରଚାର ଲୋକ ଙ୍କ ଉପରେ ପଡ଼ିବ ନାହିଁ। ବିଜେଡ଼ିର ସୁପ୍ରିମୋ ନିଜେ ପରିକ୍ରମା ପ୍ରକଲ୍ପ ଉଦଘାଟନ ଉତ୍ସବ ସର୍ବସମ୍ମୁଖରେ ମତେ ଧନ୍ୟବାଦ୍ ଦେଇଥିଲେ। କାରଣ ଆମେ ସବୁବେଳେ ବିକାସ ସହିତ ଅଛୁ ଓ ଲୋକ ଙ୍କ ସେବାରେ ଅଛୁ। ଏଣୁ ମୋ ବିଷୟ ରେ ମୋ ପ୍ରତିପକ୍ଷ ପ୍ରାର୍ଥୀ ଙ୍କ ସାର୍ଟିଫିକେଟ ଦରକାର ନାହିଁ। ତେବେ ଆଗାମୀ ନିର୍ବାଚନ ମତେ ସବୁ ଦଳରୁ ଭୋଟ ମିଳିବ। ବିଜେଡି, ବିଜେପି, କଂଗ୍ରେସ ର ଲୋକ ମାନେ ମତେ ଭଲ ପାଆନ୍ତି। ସେହିପରି ସୁନିଲ ମହାନ୍ତି ଜଣେ ବ୍ୟବସାୟୀ ଲୋକ।ସେ ଜନ ସେବା ପାଇଁ ଜମା ବୀ ଫିଟ ନୁହନ୍ତି। ଜନସେବା ବହୁତ୍ କଷ୍ଟ କାର୍ଯ୍ୟ। ତାହା ପାଇଁ ଅନେକ ଧର୍ଯ୍ୟ ଦରକାର। ଏଣୁ ସେ ରାଜନୀତି ପାଇଁ ଠିକ୍ ନୁହନ୍ତି। ଏଣୁ ମୁଁ ତାଙ୍କୁ ଗୁରୁତ୍ଵ ଦେଉନାହିଁ। ଖୁବ ଶୀଘ୍ର ବିଜେପି ତାର ପ୍ରଚାର କାର୍ଯ୍ୟକ୍ରମ କରିବ। ଲୋକ ସହ ରହି ବିଜେପି ନିର୍ବାଚନ ଲଢିବା ସହ ପୁରୀ ବିଧାନସଭା ଆସନ ରେ ବିପୁଳ ବିଜୟ ହାସଲ କରିବ। ତେବେ ଗତ 2019 ନିର୍ବାଚନ ରେ ବିଜେପି ପ୍ରାର୍ଥୀ ଭାବେ ଜୟନ୍ତୀ ଷଡ଼ଙ୍ଗୀ ବିଜୟ ଲାଭ କରିଥିଲେ। ତାଙ୍କ ପ୍ରତିପକ୍ଷ ତଥା ଭେଟେରାନ ଲିଡର ମହେଶ୍ଵର ମହାନ୍ତି ଙ୍କୁ ପରାସ୍ତ କରିଥିଲେ। ତେବେ ମହେଶ୍ବର ଙ୍କ ଦେହାନ୍ତ ପରେ ତାଙ୍କ ପୁଅ ସୁନିଲ ମହାନ୍ତି ଙ୍କୁ ବିଜେଡି ସୁପ୍ରିମୋ ଟିକଟ ଦେଇଛନ୍ତି। ତେବେ ସୁନିଲ ନବାଗତ ହୋଇଥିବା ବେଳେ ରାଜନୀତି ରେ ପୋଖୋତ ନୁହନ୍ତି। ସେପଟେ ପୁର୍ବ ନିର୍ବାଚନ ରେ ବିଜେଡି ର ଗୋଷ୍ଠୀ କନ୍ଦଳ ଯୋଗୁଁ ମହେଶ୍ବର ମହାନ୍ତି ନିର୍ବାଚନ ରେ ପରାସ୍ତ ହେଇଥିଲେ। ତେବେ ସୁନିଲ ମହାନ୍ତି ଟିକେଟ ପାଇବା ପରେ ଏକ ଗୋଷ୍ଠୀ ଚୁପ୍ ଥିବା ବେଳେ ଆଗାମୀ ନିର୍ବାଚନ ରେ ସେମାନେ ସହଯୋଗ ନ କରିବା ଆଶଙ୍କା ରହିଛି। ଏଣୁ ସୁନିଲ ଙ୍କ ପାଇଁ ନିର୍ବାଚନ ଜିତିବା ଏତେ ସହଜ ହେବ ନାହିଁ ବୋଲି ଚର୍ଚ୍ଚା ହେଉଚି।