ବଲାଙ୍ଗିର : ମହଙ୍ଗା ପଡ଼ିଲା କିନ୍ନର ସହ ପ୍ରେମ ସମ୍ପର୍କ। ପ୍ରଥମେ କିନ୍ନରଙ୍କୁ ପ୍ରେମ ବିବାହ ପରେ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଏନେଇ କିନ୍ନର ଜଣକ ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ କରିଛନ୍ତି । କିନ୍ନର ଅଭିଯୋଗ କଲା ପରେ ବଲାଙ୍ଗିର ପୋଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରୁଛି। ଅଭିଯୋଗକାରୀ କିନ୍ନର ଜଣକ ହେଲେ ସମ୍ବଲପୁର ଜିଲ୍ଲା ରେଙ୍ଗାଲିର ରମାକାନ୍ତ ସାହୁ ଓରଫ ପ୍ରିୟା । ପ୍ରିୟାଙ୍କ କହିବା ଅନୁଯାୟୀ ୨୦୧୩ ମସିହାରୁ ସମ୍ବଲପୁରରେ ତାଙ୍କର ବଲାଙ୍ଗିର ଜୁହ୍ନକ୍ଷଡିହି ପଡ଼ାର ପ୍ରଫୁଲ୍ଲ ପାତ୍ର ସହ ବନ୍ଧୁତା ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହାପରେ ଦୁହେଁ ସମଲେଶ୍ଵରୀ ମନ୍ଦିରରେ ବିବାହ କରିଥିଲେ। ଦୁଇଜଣ ବିବାହ ପରେ ସ୍ଵାମୀ ସ୍ତ୍ରୀ ଭାବରେ ବଲାଙ୍ଗିରର ଜୁହ୍ନକ୍ଷଡିହି ପଡ଼ାରରେ ରହି ଆସୁଥିଲେ। ହେଲେ ପ୍ରଫୁଲ୍ଲଙ୍କ ପାରିବାର ଏହି ବିବାହକୁ ସ୍ବୀକୃତି ଦେଇନଥିଲେ। ପ୍ରଫୁଲ୍ଲ ପ୍ରୀୟାଙ୍କ ଠାରୁ ବିଭିନ୍ନ ସମୟରେ ଟଙ୍କା ଓ ସୁନା ଅଳଙ୍କାର ନେଇଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କ ଠାରୁ ପାଖାପାଖି ୧୦ ଲକ୍ଷ୍ୟ ଟଙ୍କା ନେଇଥିବା ଅଭିଯୋଗ କରିଛନ୍ତି କିନ୍ନର ଜଣକ। ପ୍ରଫୁଲ୍ଲ ତାଙ୍କୁ ଏକ ବର୍ଷ ହବ ମଦ୍ୟପାନ କରି ପ୍ରତାରଣା ନିଶାଶକ୍ତ ଅବସ୍ଥାରେ ଗାଳିଗୁଲଜ ମଧ୍ୟ କରି ଆସୁଥିଲା । ଆଜି ନିଶାଶକ୍ତ ଅବସ୍ଥାରେ ତାଙ୍କୁ ଜୀବନରେ ମାରିଦେବା ଧମକ ଦେଇ ଘରୁ ବାହାର କରିଦେଇଥିଲା ପ୍ରଫୁଲ୍ଲ । ଶେଷରେ ପ୍ରଫୁଲ୍ଲ ତାଙ୍କୁ ପ୍ରତାରଣା ଦେଇଥିବା କିନ୍ନର ଜଣକ ଅଭିଯୋଗ କରିଛନ୍ତି ।