ରାୟଗଡା: ଆଜି ରାୟଗଡାର ପ୍ରସିଦ୍ଧ ଠାକୁରାଣୀଙ୍କ ମନ୍ଦିର ପରିସରରେ ମାଙ୍କ ପ୍ରତି ବର୍ଷ ଭଳି ଚୈତ୍ର ମାସରେ ହେବାକୁ ଥିବା ଯାତ୍ରା ପାଇଁ ଶୁଭଖୁଣ୍ଟି ପୋତା ଯାଇଥିବା ବେଳେ ଏହି ଅବସରରେ ମନ୍ଦିରର ମୁଖ୍ୟ ପୂଜକ ଚନ୍ଦ୍ର ପୁଝାରୀ ଓ ରାଜ ପୁରୋହିତ ବିରଞ୍ଚି ନାରାୟଣ ରଥ ଉପସ୍ଥିତିରେ ଏହି ଶୁଭ ଖୁଣ୍ଟି ପୋତାଯାଇ ଯାତ୍ରା ପାଇଁ ଶୁଭ ସଙ୍କେତ ମନ୍ଦିର ପ୍ରଶାସନ ତରଫରୁ ଦିଆଯାଇଛି । ଏହି ଯାତ୍ରା ପ୍ରତି ବର୍ଷ ଚୈତ୍ର ମାସ ଶୁକ୍ଳ ପକ୍ଷ ଏକାଦଶୀ ରୁ ଆରମ୍ଭ ହୋଇ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ମନ୍ଦିର ପ୍ରଶାସନ ତରଫରୁ ଟ୍ରଷ୍ଟ ସଭାପତି ରାଇସିଂ ବିଡ଼ିକା, ଦେବେନ୍ଦ୍ର ବେହେରା, ଶ୍ରିନୁ, ଇପ୍ପିଲି ରାଜୁ, ବାସୁ ଆଦି ଉପସ୍ଥିତ ରହିଥିଲେ । ଏହି ଯାତ୍ରା ଆସନ୍ତା ୧୮ ତାରିଖରୁ ଆରମ୍ଭ ହୋଇ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।