ସମ୍ବଲପୁର: ସମ୍ବଲପୁର ଜିଲ୍ଲା ହୀରାକୁଦ ସହରରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ଭୀମସାର ମେଡିକାଲରେ ସାକ୍ଷାତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କର ସମ୍ବଲପୁର ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୀମସାରକୁ ଯାଇ ହୀରାକୁଦ ସହରରେ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ଭୀମସାରରେ ଚିକିତ୍ସିତ ହେଉଥିବା ରୋଗିଙ୍କ ନିକଟକୁ ଯାଇ ସିଧାସଳଖ ସାକ୍ଷାତ କରି ଆଲୋଚନା କରିବା ସହ ତାଙ୍କର ସ୍ୱାସ୍ଥ୍ୟବସ୍ଥାକୁ ପଚାରି ବୁଝିଥିଲେ। ଏଥିସହିତ ମେଡିକାଲରୁ ଚିକିତ୍ସା ହେଉଥିବା ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ହେଉଥିବା ରୋଗୀଙ୍କ ଉପଯୁକ୍ତ ଚିକିତ୍ସା କରାଯିବା ପ୍ରସଙ୍ଗରେ ଭୀମସାର ମେଡିକାଲ କର୍ତ୍ତୁପକ୍ଷ ଓ ଚିକିତ୍ସା ଦାୟିତ୍ଵରେ ଥିବା ଡାକ୍ତରଙ୍କ ସହ ଆଲୋଚନା ମଧ୍ୟ କରିଥିବା ନେଇ ସୂଚନା ମିଳିଛି। କେନ୍ଦ୍ରମନ୍ତ୍ରୀଙ୍କ ସହ ବହୁ ବିଧାୟକ ତଥା ବହୁ ବରିଷ୍ଠ ବିଜେପି ପଦାଧିକାରୀ ମାନେ ଉପସ୍ଥିତ ଥିଲେ।