ବରଗଡ଼ : ଘୋଷଣା ସରିଛି ସାଧାରଣ ନିର୍ବାଚନ ତାରିଖ ଘୋଷଣା । ତେବେ ନିର୍ବାଚନ ବିଗୁଲ ବାଜିବା ପରେ ସରଗରମ ହୋଇଛି ରାଜନୀତି । ପ୍ରଶାସନ ପକ୍ଷରୁ ନିର୍ବାଚନକୁ ଚାଲିଛି ଜୋରସୋର ପ୍ରସ୍ତୁତି । ଆସନ୍ତା ମଇ ୨୦ରେ ହେବାକୁ ଥିବା ବରଗଡ଼ ଜିଲ୍ଲାରେ ନିର୍ବାଚନକୁ ନଜରରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସମ୍ବେଦନ ଶୀଳ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ ଚାଲିଛି । ତେବେ କେମିତି ଚଳିତ ବର୍ଷ ନିବାଚନ ଶାନ୍ତି ଶୃଙ୍ଖଳାରେ ହେବ ସେନେଇ ପୋଲିସ ପ୍ରୟାସ ଜାରିରହିଛି ।