ପୁରାଣ ପ୍ରସିଦ୍ଧ ଓଳକଣା ଦୋଳ ମେଳଣ ଅନୁଷ୍ଠିତ ହୋଇଯାଇଛି । କାଇଁ କେଉଁ କାଳରୁ ଏଠାରେ ଜାକଜମକରେ ଭଜନ କିର୍ତନ ସମେତ ହଜାର ହଜାର ଲୋକଙ୍କର ସମାବେଶ ହୋଇଥାଏ । ପରମ୍ପରାକୁ ରକ୍ଷା କରି ଭଦ୍ରେଶ୍ୱର ବିମାନରେ ହର ଆଉ ହରି ବେଶରେ ଓଳକଣା ପଡିଆକୁ ଆସିଥାନ୍ତି କ୍ଷ ଏବଂ ଭକ୍ତ ବିଦୁର ମାଗିଥିବା ବର ଅନୁସାରେ ବିଦୁର ତାଙ୍କୁ ଦର୍ଶନ କରନ୍ତି କ୍ଷ ଶତାଧିକ ବିମାନରେ କେବଳ ରାଧା କୃଷ୍ଣ ଆସୁଥିବାବେଳେ କେବଳ ଗୋଟିଏ ବିମାନରେ ହର ହରୀ ଆସନ୍ତି କ୍ଷ ଏହି ପରମ୍ପରା ପୁରାଣ ଯୁଗରୁ ପ୍ରଚଳିତ ହୋଇ ଆସୁଅଛି କ୍ଷ ଓଳକଣା ପଡିଆକୁ ଯେତେ ବିମାନ ଆସିଥାନ୍ତି କାହାରିକୁ ନିମନ୍ତ୍ରଣ କରାଯାଇନଥାଏ କି ବିଦାକି ଦିଆ ଯାଇନଥାଏ, କି ଆସନ ମଧ୍ୟ ଦିଆ ଯାଇନଥାଏ କ୍ଷ ଏହି ଓଳକଣା ପଡିଆକୁ ପୂର୍ବ ଦିଗରୁ ଆଳୀ ରାଜା ଘର ବିମାନଙ୍କ ସହ ଲକ୍ଷ୍ମୀ ଠାକୁରାଣୀ ଙ୍କ ବିମାନା ପ୍ରବେଶ କଲା ପରେ ଅନ୍ୟ ବିମାନ ପ୍ରବେଶ କରିଥାନ୍ତି କ୍ଷ ସମସ୍ତ ବିମାନ କୁ ପାରମ୍ପରିକ ପଟୁଆରରେ ପଡିଆକୁ ପ୍ରବେଶ କରନ୍ତି କ୍ଷ ଯଥା ଘଣ୍ଟ ଘଣ୍ଟା , କୀର୍ତ୍ତନ , ଷେଣ୍ଢ ନାଚ, ଦିବି ଝାଡ଼ ଓ ମଶାଲ ବତି ଶହ ଅତାସବାଜି ଯେତେବଳେ ପଡ଼ିଆରେ ପ୍ରବେଶ ହୋଇଥାଏ ସେତେବେଳେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ କ୍ଷ ଶେଷରେ ବୀର ଭଦ୍ରେଶ୍ୱର ଙ୍କ ବିମାନ ଆସିଲା ପରେ ବିଦୁର ଙ୍କ ନିକଟରେ ଆଳତି ଏକା ସାଙ୍ଗରେ ମେଳଣ କାର୍ୟ୍ୟ ସମାପନ ହୋଇଥାଏ କ୍ଷ ଓଡ଼ିଶାର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ କ୍ଷ ସୁରକ୍ଷା ନିମନ୍ତେ ମାହାଙ୍ଗା ଓ ଡେରାବିଶ ପୋଲିସ୍ ସମେତ ଓଳକଣା ମେଳଣ କମିଟି ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥାଏ କ୍ଷ ଏହି ଅବସରରେ ବହୁ ଉଠା ଦୋକାନୀ ମାନେ ନିଜର ବ୍ୟବସାୟ ପ୍ରତିଷ୍ଠାନ କରିଥାନ୍ତି କ୍ଷ