କ୍ରିକେଟର ମହାସମର ଆଇପିଏଲର ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ହରାଇ ପ୍ରଥମ ବିଜୟ ହାସଲ କରିଛି ଚେନ୍ନାଇ ସୁପରକିଙ୍ଗସ । ଘରୋଇ ଗ୍ରାଉଣ୍ଡରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ। ୧୭ତମ ଆଇପିଏଲର ସଂସ୍କରଣରର ପ୍ରଥମ ମ୍ୟାଚ୍ ଚେନ୍ନାଇର ଚିପକ ଷ୍ଟାଡିୟମରେ ଖେଳା ଯାଇଥିଲା। ଘାତକ ବୋଲିଂ ପାଇଁ ମୁସ୍ତାଫିଜୁର ରେହମାନ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଆରସିବି। ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୭୩ ରନ୍ ସଂଗ୍ରହ କରିଥିଲା। ୧୭୪ ରନକୁ ପିଛା କରି ଚେନ୍ନାଇ ୧୮.୪ ଓଭରରେ ୪ ୱିକେଟ ବିନିମୟରେ ଜିତି ନେଇଛି। ବେଙ୍ଗାଲୁରୁ ପକ୍ଷରୁ ବିରାଟ କୋହଲି ଓ ଡୁପ୍ଲେସିସ୍ ପାଳି ଆରମ୍ଭ କରିଥିଲେ। ନିର୍ଦ୍ଧାରିତ ୨୦ ଓଭରରେ ଦଳ ୧୭୩ ରନ୍ ସଂଗ୍ରହ କରିଥିଲା। ୧୭୪ ରନର ଟାର୍ଗେଟକୁ ପିଛା କରି ସହଜ ବିଜୟ ହାସଲ କରିନେଇଛି ଚେନ୍ନାଇ। ଦଳ ପକ୍ଷରୁ ଋତୁରାଜ ଗାଏକ୍ୱାଡ ଏବଂ ରଚିନ ରବିନ୍ଦ୍ର ପାଳି ଆରମ୍ଭ କରିଥିଲେ। ଉଭୟଙ୍କ ଭାଗିଦାରୀରେ ଦଳ ୩୮ ରନ୍ କରିଥିଲା। ଏହାପରେ ରଚିନଙ୍କ ସାଥ୍ ଦେଇଥିଲେ ଅଜିଙ୍କ୍ୟ ରାହାଣେ। ଶିବମ ଦୁବେ ୩୪(୨୮) ଏବଂ ଜାଡେଡା ୨୫(୧୭) କରି ଅପରାଜିତ ରହିଥିଲେ। ଦଳ ପକ୍ଷରୁ ୪ ୱିକେଟ୍ ନେଇଥିବା ମୁସ୍ତାଫିଜୁରଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି।