କୋରାପୁଟ: ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାର ଅଧିବାସୀ ମାନେ ଯେତିକି ବିଶ୍ବାସୀ ସେତିକି ସରଳ । ସେମାନଙ୍କ ପରମ୍ପରା ବି ବେଶ ରୁଦ୍ଦୀମନ୍ତ । ଆମେ କହୁଛୁ ଗଡପଦର ଓ ଏକମ୍ବା ଗ୍ରାମ କଥା । ଏହି ଦୁଇ ଗାଁର ବନ୍ଦୁତା ରାଜା ରାଜୁଡା ଅମଳରୁ । ଗଡପଦର ଓ ଏକମ୍ବା ଗ୍ରାମ ମଧ୍ୟରେ ବାପା ଜେଜେ ବାପା ଅମଳରୁ ସଂଗାତ ଗାଁ । ଗାଁରେ ଯେ କୌଣସି ପର୍ବ ପାଳନ ବେଳେ ସଂଗାତ ଗାଁକୁ ନିମନ୍ତ୍ରମ କରିବେ । ସେମିତି ପ୍ରତି ୫ ବର୍ଷରେ ଥରେ ଗଡପଦର ଗାଁରେ ବାଲି ଯାତ୍ରା କରୁଥିବା ବେଳେ ସଂଗାତ ଗାଁକୁ ନିମନ୍ତ୍ରଣ କରନ୍ତି । ଚଳିତ ବର୍ଷ ମଧ୍ୟ ଗଡପଦର ଗ୍ରାମବାସୀ ନିମନ୍ତ୍ରଣ କରିବାକୁ ଏକମ୍ବା ପହଞ୍ଚିଥିଲେ । ଏକମ୍ବା ଗ୍ରାମର ଛୋଟ ଠାରୁ ବଡ ଯାଏଁ ଗଡପଦର ଗ୍ରାମବାସୀଙ୍କୁ ଗୋଡ ଝୁଇଁ ପ୍ରଣାମ କରିବା ଦୃଷ୍ୟ ବେଶ ହୃଦୟଶ୍ବର୍ଷୀ । ଗଡପଦର ବାସୀ ଗ୍ରାମରେ ପହଞ୍ଚିବା ପରେ ଏକମ୍ବା ବାସୀ ସେମାନଙ୍କ ଆତିଥ୍ୟ ପ୍ରଦାନ କରିଥିଲେ । ପରମ୍ପରା ଅନୁଯାୟୀ ଏକମ୍ବା ଗ୍ରାମରୁ ବିହନ ଧାନ ନେଇ ତାକୁ ପୁଜା କରିବା ପାଇଁ ନେଇଥିଲେ ଗଡପଦର ବାସୀ । ଏହି ପରମ୍ପରା ଦିର୍ଘ ବର୍ଷ ହେଲା ଚାଲି ରହିଛି ଗଡପଦର ଓ ଏକମ୍ବା ଗ୍ରାମ ମଧ୍ୟରେ । ଏହି ଦୁଇ ଗାଁର ସଂପର୍କ ସମାଜ ପାଇଁ ଏକ ନିଆରା ନିଦର୍ଶନ ସୃଷ୍ଟି କରିଛି ।