ନୂଆଦିଲ୍ଲୀ ଇଡି ହେପାଜତକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଦିନ ତାଙ୍କର ପ୍ରଥମ ବିବୃତ୍ତି ଦେଇଛନ୍ତି। ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର ହୋଇ କେଜ୍ରିୱାଲ କହିଛନ୍ତି ଯେ ମୋ ଜୀବନ ଦେଶ ପାଇଁ ଉତ୍ସର୍ଗୀକୃତ। ତେବେ ଦିଲ୍ଲୀ ମୁ୍ଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା ପ୍ରବର୍ତନ ନିଦ୍ଦେର୍ଶାଳୟ । ଦିଲ୍ଲୀ ମଦ ନୀତି ମାମଲାରେ ଗତକାଲିଠାରୁ ଗିରଫ ହୋଇ ସାରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍। ତେବେ ଗିରଫଦାରୀ ବିରୋଧରେ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନକୁ ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି । ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଏମ.ଏମ ସୁନ୍ଦରେସ ଏବଂ ଜଷ୍ଟିସ ବେଲା ଦ୍ୱିବେଦୀଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଖଣ୍ଡପୀଠ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆବେଦନର ଶୁଣାଣି କରିବେ । ଦେଶବ୍ୟାପୀ ଆନ୍ଦୋଳନ ପାଇଁ ଦଳର ଆହ୍ୱାନ ପରେ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ଏହି ଶୁଣାଣି ହେବ ।