ସାଧାରଣ ନିର୍ବାଚନ ପାଇଁ ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନା ଅଧୀନରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ । ଜନସାଧାରଣଙ୍କୁ ସଚେତନ କରିବା ଉଦ୍ୟେଶରେ ବୁଧବାର ସଂଧ୍ୟାରେ ଜିଲ୍ଲା ପୋଲିସ ସମେତ ୩ ପ୍ଲାଟୁନ ବିଏସଏଫ ,ଏକ ପ୍ଲାଟୁନ ମହିଳା ପୋଲିସ ଫୋର୍ସ ଦ୍ୱାରା ଫ୍ଲାଗ ମାର୍ଚ୍ଚ କରା ଯାଇଥିଲା । ଆଇନ ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ସଚେତନତା କରାଇବା ସଙ୍ଗେ ସଙ୍ଗେ ସମସ୍ତ ଜନସାଧାରଣ ପୋଲିସର ସାହାଯ୍ୟ ନେଇ ପାରିବେ ବୋଲି ଜନସାଧାରଣଙ୍କୁ ଅବଗତ କରା ଯାଇଥିଲା । ମତଦାନ କେଉଁ ଭଳି ସୁରୁଖୁରୁରେ ହୋଇପାରିବ ସେଥିପ୍ରତି ଧ୍ୟାନ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଥାନା ନିକଟରୁ ଫ୍ଲାଗମାର୍ଚ ବାହାରି ବଡ ବଜାର ଛକ ପର୍ୟ୍ୟନ୍ତ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା । ଉକ୍ତ ସଚେତନତା କାର୍ୟ୍ୟକ୍ରମରେ ଏସଡିପିଓ ଦୀଲ୍ଲିପ କୁମାର ସାହୁ, ଆଇଆଇସି ରଞ୍ଜନ କୁମାର ସେଠୀଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଯୋଗ ଦେଇଥିଲେ ।