ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ଅବସ୍ଥା ଗୁରୁତର । ଗତ ୧୮ ତାରିଖରୁ ତାଙ୍କର ଚିକିତ୍ସା ନିମନ୍ତେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିବା ଜଣାପଡିଛି । ତେବେ ବର୍ତ୍ତମାନ ତାଙ୍କର ବ୍ରେନ ଡେଡ୍ ହୋଇ ଯାଇଥିବା ନେଇ ସୂଚନା ଦେଇଛନ୍ତି ପୁଅ ସମ୍ବିତ ରାଉତରାୟ । ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଅ ସମ୍ବିତ ରାଉତରାୟଙ୍କ ସୂଚନା ଅନୁଯାୟୀ ଗତ ୧୮ ତାରିଖରେ ଦାମୋଦର ରାଉତଙ୍କର ହୃଦଘାତ ହୋଇଥିଲା ।ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ନେବା ବାଟରେ ତାଙ୍କର ପୁଣି ଥରେ ହୃଦଘାତ ହୋଇଥିଲା । ତେବେ ସେଠାରେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ଉଚଜ ଦେଇନଥିବା ସମ୍ବିତ ରାଉତରାୟ ଅଭିଯୋଗ କରିଛନ୍ତି । କ୍ୟାପିଟାଲ ହସ୍ପିଟାଲ ପାଇଁ ଏଭଳି ଅବସ୍ଥା ହେଲା କହିଲେ ସମ୍ବିତ । ସିପିଆର ନଦେବାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିବା ସେ କହିଛନ୍ତି ।
ରାତି ୩ଟାରେ ବାପାଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲୁ । ବାରମ୍ବାର କହିବା ସତ୍ତ୍ୱେ କ୍ୟାପିଟାଲ ହସ୍ପିଟାଲରେ ସିପିଆର୍ ଦେଲେନି । ଏଣୁ ବାଧ୍ୟହୋଇ ସେଠାରୁ ଆମେ ବାପାଙ୍କୁ ଘରୋଇ ହସ୍ପିଟାଲ ନେଲୁ । ସେହି ଯିବା ଆସିବା ଭିତରେ କିଛି ସମୟ ଡେରି ହୋଇଗଲା । ଫଳରେ ବ୍ରେନକୁ ଅକ୍ସିଜେନ୍ ଓ ବ୍ଲଡ୍ ଠିକ ଭାବେ ଗଲାନି ବୋଲି ଅଭିଯୋଗ କରିଛନ୍ତି ଦାମଙ୍କ ପୁଅ ।ଏହାପରେ ତୁରନ୍ତ ତାଙ୍କୁ ସେଠାରୁ ଘରୋଇ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଦାମୋଦର ରାଉତଙ୍କ ଚିକିତ୍ସା ଚାଲିଛି । ତାଙ୍କର ବ୍ରେନ ଡେଡ୍ ହୋଇଥିବା ସେ ସୂଚନା ଦେଇଛନ୍ତି । ବ୍ରେନକୁ ବ୍ଲଡ ସପ୍ଲାଇ କମିଯିବାରୁ ବ୍ରେନ ଡେଡ୍ ହୋଇଥିବା ସମ୍ବିତ ଅଭିଯୋଗ କରିଛନ୍ତି । ଘରୋଇ ହସ୍ପିଟାଲରେ ସିପିଆର ଦେବା ପରେ ହାର୍ଟ ଚାଲିଥିଲା ବୋଲି କହିଛନ୍ତି ।ଏବେ ହାର୍ଟ କାମ କରୁଛି, କିନ୍ତୁ ବ୍ରେନ୍ ବହୁତ ଖରାପ ହୋଇଯାଇଛି ବୋଲି କହିଛନ୍ତି ପୁଅ ସମ୍ବିତ ।