ମହାମାରୀ କରୋନା ଟିକା ଓ ଦ୍ୱିଧା ଭୁଲ ସୂୂଚନା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କରିବ ସ୍ୱଚ୍ଛ ଅଭିଯାନ । ଟେକ୍ନିକାଲ ଏକ୍ସପର୍ଟକୁ ନେଇ ଡିଜିଟାଲ ମିଡିଆରେ ସଚେତନ କରାଯିବ । ଯେଉଁମାନେ କୋଭିଡ୍ ଟିକା ନେଇଛନ୍ତି ସେମାନଙ୍କୁ ସେମାନଙ୍କର ଅନୁଭୂତି ବାଣ୍ଟିବାକୁ କୁହାଯାଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ । ଓଡିଶାକୁ ସିରମ୍ ଇନ୍ଷ୍ଟିଚ୍ୟୁୃଟର କୋଭାସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ଆସିଛି । ତେବେ ଏହି କୋଭିଡ୍ ଟିକାକୁ ନେଇ କେତେକ କରୋନା ଯୋଦ୍ଧା ଓ ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି । ଏହି ସନ୍ଦେହକୁ ଇନ୍ଧନ ଯୋଗାଉଛି ସୋସିଆଲ ମିଡିଆରେ ଘୁରି ବୁଲୁଥିବା ନାନା ମିଥ୍ୟା ଖବର । ଯାହାକୁ ଲୋକମାନେ ସହଜରେ ବିଶ୍ୱାସ କରିନେଉଛନ୍ତି । ପଞ୍ଜିକରଣ କରିଥିଲେ ସୁଦ୍ଧା ଟିକାନେବା ପାଇଁ କେନ୍ଦ୍ରକୁ ଯାଉନଥିବା କେତେକ କ୍ଷେତ୍ରରେ ଦେଖିବାକୁ ମିଳୁଛି । ଏପରି ସନ୍ଦେହକୁ ଦୁର କରିବାପାଇଁ ରାଜ୍ୟସରକାର ଡିଜିଟାଲ ମିଡିଆରେ ଆରମ୍ଭ କରିବେ କ୍ୟାମ୍ପେନ୍ । ରାଜ୍ୟ ସରକାରଙ୍କର ଏପରି ଉଦ୍ୟମ କେତେ ଦୂର ସଫଳ ତାହା ସମୟ କହିବ ।