ନୟାଗଡ: ନୟାଗଡ ଜିଲ୍ଲା ଫତେଗଡ ଥାନା ଫତେଗଡ ଗିରିଗୋବର୍ଦ୍ଧନ ପାହାଡ ଉପରେ ନବନିର୍ମିତ ଶ୍ରୀରାମ ମନ୍ଦିରରୁ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ମନ୍ଦିର ହୁଣ୍ଡି କୁ ଭାଙ୍ଗି ଟଙ୍କା ସୁନା ରୂପା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ଚୋରୀ କରିଥିବା ସୂଚନା ମିଳିଛି। । ସୂଚନା ଅନୁଯାୟୀ ସକାଳୁ ମନ୍ଦିର ପୂଜାରୀ ପୂଜା କରିବାକୁ ଆସିଥିବା ବେଳେ ମୁଖ୍ୟ ଫାଟକ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ ଏବଂ ଭିତର ହୁଣ୍ଡି ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ତେବେ ହୁଣ୍ଡିରେ ଭକ୍ତ ଦାନ ଦେଇଥିବା ଟଙ୍କା, ସୁନା, ରୂପା ଏବଂ ଅନ୍ୟାନ୍ୟ ଜିନି କୁ ଦୁର୍ବୃତ୍ତ ମାନେ ଚୋରୀ କରି ଫେରାର ହୋଇଯାଇଥିବା ଜଣା ପଡ଼ିଛି। ତେବେ ମନ୍ଦିର କମିଟି ପକ୍ଷରୁ ଫତେଗଡ ଥାନା ରେ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।