ଜଗତସିଂହପୁର: ଅସମ୍ପୂର୍ଣ୍ଣ ରାସ୍ତା କାର୍ୟ୍ୟ ପାଇଁ ହିନସ୍ଥା ଭୋଗିବେ ସାଧରଣ ଲୋକ । ଅନନ୍ତପୁର ଭାୟା ଭୁଆସୁଣୀ ଦସବାଟିଆ ନହରଣାକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଦୀର୍ଘ ଦିନ ହେବ ଅତି ଦୟନୀୟ ହୋଇ ପଡିଥିଲା । ଯେଉଥିପାଇଁ ସ୍ଥାନୀୟ ଅଧିବାସୀ ତଥା ସାଧାରଣ ପଥଚାରି ହିନସ୍ଥା ଭୋଗୀ ଅତିଷ୍ଠ ହୋଇ ପଡୁଥିଲେ । ସମସ୍ୟାକୁ ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପରିବେଷଣ ହେବା ପରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଗ୍ରାମ ଉନ୍ନୟନ ବିଭାଗ ଅଧିନରେ ଟେଣ୍ଡର ଆହ୍ଵାନ କରାଯଇଥିଲା । ବିଭାଗୀୟ ଯନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ପାଖାପାଖି ୨୦ ଲକ୍ଷ୍ୟ ବ୍ୟୟ ଅଟକଳ କରାଯାଇ ଫ୍ଲାଇ ଆସ୍ ବ୍ରିକରେ କାର୍ୟ୍ୟ କରାଯାଉଚି । କିନ୍ତୁ ନିର୍ମାଣାଧୀନ କାର୍ୟ୍ୟସ୍ଥଳରେ ସୂଚନା ଫଳକ ନାହିଁ । ସୂଚନା ମୁତାବକ ପାରାଦୀପର ଜୈନିକ ଠିକାଦାର କାମ ନେଇ ଥାର୍ଡ ପାଟି ଠିକାଦାରଙ୍କୁ କାମ ବିକ୍ରି କରିଦେବା ପରେ ସେନେଇ ନିମ୍ନମାନର କାମକୁ ଅସମ୍ପୂର୍ଣ୍ଣ କରିଛନ୍ତି । ଯାହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି କ୍ଷ ଏ ବାବଦରେ ଠିକାଦାରଙ୍କୁ ପଚାରିବାରୁ ସେ କୁହନ୍ତି ଆମେ ଯେତିକି କରିବୁ ସେତିକି ବିଲ କରିନେବୁ, ଅନ୍ୟ ପକ୍ଷରେ ଯେଉଁ ଜାଗାରେ ସମସ୍ୟା ସେଠୁ ପ୍ରତିକ୍ରିୟା ନେବାରୁ ସେମାନେ କୁହନ୍ତି ନିଜସ୍ୱ ଜାଗା ଛାଡି ରାସ୍ତା ବାଟରେ ରାସ୍ତା ଯାଉ । ତେବେ ଏସବୁ ଭିତରେ ଅସମ୍ପୁର୍ଣ୍ଣ କାର୍ୟ୍ୟକୁ ନେଇ ଆଗାମୀ ଦିନରେ ହିନସ୍ଥା ଭୋଗିବେ ଲୋକ ।