ବଜ୍ରକାପ୍ତା ଶୀକାର କରି ଫସିଲେ ଦୁଇ ଯୁବକ । ସୁକିନ୍ଦା ଅଞ୍ଚଳରୁ ବଜ୍ରକାପ୍ତା ଶୀକାର କରିଥିବା ଅଭିଯୋଗରେ ବନବିଭାଗ ପକ୍ଷରୁ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ମାର୍ଚ୍ଚ ୧ ତାରିଖରେ କଳିଙ୍ଗନଗର ଥାନା ଅଞ୍ଚଳରୁ ଦୁଇ ଜଣ ଯୁବକ ଏକ ବାଜ୍ରକାପ୍ତା ଶୀକାର କରି ନେଇ ଯାଉଥିବା ସୂଚନା ରହିଥିଲା । ପରେ ସୁକିନ୍ଦା ବନବିଭାଗ କର୍ମଚାରୀ ଶିକାରୀଙ୍କୁ ପିଛା କରିଥିଲେ। ବନବିଭାଗ କର୍ମୀଙ୍କୁ ଦେଖି ଉଭୟ ଶିକାରୀ ବଜ୍ରକାପ୍ତାକୁ ରାସ୍ତା ଉପରେ ଛାଡି ଖସି ପଳାଇଥିଲେ । ବନ ବିଭାଗ କର୍ମଚାରୀ ବଜ୍ରକାପ୍ତାକୁ ଉଦ୍ଧାର କରି ସୁକିନ୍ଦା କାର୍ଯ୍ୟାଳୟକୁ ଆଣି ତାର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସୁକିନ୍ଦା ପାଖ ଘଞ୍ଚ ଜଙ୍ଗଲରେ ଛାଡିଥିଲେ। ଏହି ଘଟଣାରେ ସଂପୃକ୍ତ ଶିକାରୀକୁ ଧରିବା ପାଇଁ ବନବିଭାଗ ପକ୍ଷରୁ ତଦନ୍ତ ଜାରୀ ରହିଥିଲା । ଏହି ମାମଲାରେ ବନବିଭାଗ ପକ୍ଷରୁ ମଙ୍ଗଳବାର ଦିନ ଗୋବରଘଟି କଲୋନୀର କହ୍ନେଇ ବିନ୍ଧାନୀଙ୍କ ଦୁଇ ପୁଅ ଚୈତନ୍ୟ ବିନ୍ଧାଣି ଓ ସନାତନ ବିନ୍ଧାଣି କୁ ଗିରଫ କରି ୧୪୫/୨୦୨୪ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଜାମିନ ଆବେଦନ ଖାରଜ ହୋଇଯିବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଯାଇଛି ।