ଖାଲି ମାଂସ ପାଇଁ ତିନି ଦିନ ଘର ଭିତରେ ପଡି ରହିଲା ଶବ । ହଁ ଆଜ୍ଞା କଥାଟା ଟିକେ ଆଶ୍ଚର୍ୟ୍ୟ ଲାଗିଲେବି କିନ୍ତୁ ସତ । ମାଂସ ଦେବାକୁ ସକ୍ଷମ ନଥିବାରୁ ଶବସତ୍କାର ପାଇଁ ଅନୁମତୀ ଦେଲେନି ସାହି କୁଟୁମ୍ବ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ତେଲବିଲ୍ଲା ଗ୍ରାମରେ । ସୋମବାରୀ ସିଂ ନାମକ ଜଣେ ୭୦ ବର୍ଷୀୟ ବୃଦ୍ଧାଙ୍କ ଶନିବାର ଦ୍ଵିପ୍ରହାରରେ ମୃତ୍ୟୁ ହୋଇଥିଲେ ସୁଦ୍ଧା ସେ ଆଦିବାସୀ ପରମ୍ପରା ଅନୁଯାୟୀ ଗ୍ରାମବାସୀଙ୍କୁ ପଣ ଦେବାରେ ଅକ୍ଷମ ହୋଇଥିବାରୁ ଶବ ପଡି ରହିଅଛି । ଆଜି ତାଙ୍କ ପୁଅ କୌଣସି ମତେ ମାଂସ ଦେବାର କଥା ଦେବା ପରେ ତାଙ୍କ ସମୁଦାୟ ଲୋକେ ଶବ ସତ୍କାର ପାଇଁ ରାଜି ହୋଇଛନ୍ତି ।