ଚାଲିଛି ବାହାଘର ସିଜନ , ଏବେ ସବୁଆଡେ ହେଉଛି ବାହାଘର। ବାହାଘରକୁ ସ୍ମରଣୀୟ କରିବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଲୋକ ।
ଆଉ ବାହାଘରରେ ନବବିବାହିତଙ୍କୁ ଦିଆଯାଏ ଢେରସାରା ଉପହାର। ହେଲେ ଏ କଣ ଏଠି ଆସୁଥିବା ଅତିଥି କିଛି ଉପହାର ଆଣି ନାହାନ୍ତି ଓଲଟି ଉପହାର ନେଉଛନ୍ତି । ଆଉ ନବ ଦମ୍ପତି ଗୋଟେ ପରେ ଗୋଟେ ଉପହାର ଦେଇଚାଲିଛନ୍ତି । ଆମେ ଆପଣ ଙ୍କୁ ଯେଉଁ ବାହାଘରର ଦୃଶ୍ୟ ଦେଖାଉଛୁ ତାହା ଅନ୍ୟ ବାହାଘର ଠାରୁ ଟିକେ ଅଲଗା ଓ ସ୍ୱତନ୍ତ୍ର । ଏଠି ବାହାଘର କୁ ଆସୁଥିବା ଅତିଥି ଙ୍କୁ ନବଦମ୍ପତି ଗଛ ଉପହାର ଦେବା ସହ ଅସହାୟ ମାନଙ୍କୁ ଶାଢୀ ମଧ୍ୟ ପ୍ରଦାନ କରୁଛନ୍ତି । ଖାଲି ସେତିକି ନୁହେଁ ବାହାଘର ଦିନ ସକାଳୁ ମଧ୍ୟ ରକ୍ତଦାନ ଶିବିର ଖୋଲାଯାଇଥିଲା ଯେଇଁଠାରେ ରକ୍ତଦାତା ମାନଙ୍କୁ ପିଲାମାନଙ୍କ ହାତ ତିଆରି ଫୋଟୋଚିତ୍ର ଦିଆଯାଇଥିଲା। ତେବେ ଏହି ନିଆରା ଦୃଶ୍ୟ ଟି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଳାର ରାଣୀତାଲ ଅଞ୍ଚଳର ରାହାଞ୍ଜ ଗ୍ରାମର ରାଜେନ୍ଦ୍ର ସାହୁ ଓ ତୋଳାତ୍ତମା ସାହୁ ଙ୍କ ଯ୍ୟଷ୍ଠ ପୁଅ ରତ୍ନାକର ଙ୍କ ବିବାହ ଭୋଜି ରେ । ନବଦମ୍ପତି ଙ୍କ କହିବା କଥା ଯେ ସମାଜ ପାଇଁ ଆମ ମାନଙ୍କର କିଛି କତବ୍ୟ ରହିଛି ଯାହା କୁ ଆମେ ପାଳନ କରିବା ଜରୁରୀ । ବାଣ ମଦ ରେ ଟଙ୍କା ଖର୍ଚ୍ଚ ନକରି ଯେଉଁମାନେ ଅସହାୟ ଅବସ୍ଥା ରେ ରହିଛନ୍ତି ସେମାନଙ୍କ ସହ ଖୁସି କୁ ସେଲିବ୍ରଟେ କରିଛନ୍ତି ନବଦମ୍ପତି ା ରତ୍ନାକର ଙ୍କ ଏଭଳି ଏକ ନିଆରା ପଦକ୍ଷେପ କୁ ପରିବାର ବର୍ଗ ସହ ଆସିଥିବା ଅତିଥି ମାନେ ଖୁବ ପ୍ରଶଂସା କରିବା ସହ ନବ ଦମ୍ପତି ଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେଉ ବୋଲି ଆଶୀର୍ବାଦ କରିଛନ୍ତି।