ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଚୋରା ମଦ ବିକ୍ରି ହେଉଥିବାର ଅଭିଯୋଗ ପରେ ଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷକ ଦେବୀ ପ୍ରସନ୍ନ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପଇଁତରା ମାରୁଛି । କେନ୍ଦ୍ରାପଡା ଜିଲ୍ଲା ଅବକାରୀ ଅଧିକ୍ଷଙ୍କ ନିର୍ଦ୍ଦେଶ କର୍ମେ ମାର୍ଶାଘାଇ ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଚୋରା ବିଦେଶୀ ମଦ, ଚୋରା ଦେଶୀମଦ ଓ ଦେଶୀ ରନ୍ଧା ମଦ ଜବତ କରାଯାଇଛି। ସୂଚନା ଅନୁଯାୟୀ ଖରିନାସି ଅଞ୍ଚଳର ଚୋରା ମଦ ବେବସାୟୀ ପିଣ୍ଟୁ ଦାସଙ୍କ ନିକଟରୁ ୧୦ ଲିଟର ୮୦୦ ଗ୍ରାମ ବିଦେଶୀ ମଦ ଜବତ କରାଯାଇଥିଲା ସେହିଭଳି ମଙ୍ଗଳପୁର ଗ୍ରାମର ଦିବାକର ସାହୁଙ୍କ ନିକଟରୁ ୩ ଲିଟର ୬୦୦ଗ୍ରାମ୍ ଦେଶୀମଦ ଜବତ କରାଯିବା ସହ ମଳାଢିହ ଅଞ୍ଚଳରୁ ପଦ୍ମିନୀ ସ୍ବାଇଁଙ୍କ ନିକଟରୁ ୬ ଲିଟର ଦେଶୀ ରନ୍ଧାମଦ ଜବତ କରାଯାଇଛି। ପୂର୍ବରୁ ଏମାନଙ୍କୁ ଧରିବା ପାଇ ମାର୍ଶାଘାଇ ଅବକାରୀ ପୋଲିସ ସ୍ବତନ୍ତ୍ର ଟିମ୍ ଗଠନ କରି ଜାଲ ବିଛାଇ ଆସୁଥିଲେ ମଧ୍ୟ ଚୋରା ମଦ ବେପାରୀ ପୋଲିସଙ୍କ ଆଖିରେ ଧୂଳି ଦେଇ ଖସି ଯାଉଥିଲେ। ୪ଜଣ ରୋରା ମଦ ବ୍ୟବସାୟୀ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଚଢ଼ାଉରେ ସମୟରେ OIC କଳ୍ପନା ଜେନା, ASI ଦେବକାନ୍ତ ଆର୍ଚାର୍ଯ୍ୟ ପ୍ରମୁଖ ସାମିଲ ଥିଲେ।