ସୋସିଆଲ ମିଡିଆରେ ଆପଣମାନେ ଭିନ୍ନ ଭିନ୍ନ ପ୍ରକାରର ଭାଇରାଲ ଭିଡିଓ ଦେଖିଥିବେ । ଯେଉଁ ଭିଡିଓରେ ଆପଣ ଅନେକ ଟ୍ୟାଲେଣ୍ଟେଡ ବ୍ୟକ୍ତିଙ୍କ ଲୁକ୍କାୟିତ ପ୍ରତିଭାକୁ ମଧ୍ୟ ଦେଖିଥାଆନ୍ତି । ଆଉ ସେହିଭଳି ବ୍ୟକ୍ତିଙ୍କୁ ସୋସିଆଲ ମିଡିଆରେ ରାତାରାତି ହିରୋ ବନେଇଦେବା ସହ ନିଜର ସୂତନ୍ତ୍ର ପରିଚୟ ସୃଷ୍ଟି କରିବା ଭିତରେ ଅନ୍ୟ ପାଇଁ ଉଦାହରଣ ବି ପାଲଟି ଯାଆନ୍ତି। ସେମିତି ଏକ ପ୍ରତିଭାବାନ ମହିଳା ହେଉଛନ୍ତି ହାଇଦ୍ରାବାଦର ଅପର୍ଣ୍ଣା କୁନୁମୁରୀ । କୁନୁମୁରୀ ହେଉଛନ୍ତି ଜଣେ ବୁଣାକାର । ରାମାୟଣର ପୁରା କାହାଣିକୁ ସେ କପଡା ମାଧ୍ୟମରେ ବୁଣି ବର୍ଣ୍ଣନା କରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଯୋଧ୍ୟ ଭୂମି ପୁଜନ ପରେ ସେ ଏହି ବୁଣାବୁଣି କାମ ଆରମ୍ଭ କରିଥିଲେ। ଯେଉଁଥିପାଇଁ ତାଙ୍କୁ ୧ ବର୍ଷ ସମୟ ଲାଗିଥିଲା। ଏହି ବୁଣାବୁଣି କାମ ସେ ତାଙ୍କ ମା ଓ ଜେଜେମାଙ୍କ ଠାରୁ ଶିଖିଥିଲେ । କୋଭିଡ ମହାମାରୀ ସମୟରେ ସେ ତାଙ୍କର କଳାକୁ ବିକାଶ କରିବା ପାଇଁ ଆହୁରି ପରିଶ୍ରମ କରିଥିଲେ । ଏହି କଳାକୁ ଆଗକୁ ନେବା ପାଇଁ ଯୁବପିଢି ମାନଙ୍କର ସହେଯାଗ ଆବଶ୍ୟକତା ରହିଛି ବୋଲି କହିଛନ୍ତି ଅପର୍ଣ୍ଣା।