ଦେଶ ରେ ବଢୁଛି କାର ଚୋରି। ପ୍ରତି ୧୪ ମିନିଟରେ ଚୋରି ହେଇଛି ଗୋଟେ କାର। ମଙ୍ଗଳବାର , ଗୁରୁବାର ଓ ରବିବାର ହେଉଛି ଅଧିକ ଚୋରି
ଚାରି ଚକିଆ ଗାଡି କିଣିବାକୁ ଥାଏ ସମସ୍ତ ଙ୍କ ସ୍ୱପ୍ନ । ନିଜର ସମସ୍ତ କଷ୍ଟ ଅର୍ଜିତ ଉର୍ପାଜିତ ଧନକୁ ବ୍ୟୟ କରି କିଣିଥାଅନ୍ତି କାର । ହେଲେ କିଛି ବର୍ଷ ଧରି କାର ଚୋରି ହେବ ଘଟଣା ଏବେ ଅନେକ ଙ୍କୁ ଚିନ୍ତା ରେ ପକାଇଛି । ତେବେ ଏହାରି ଭିତରେ ବୀମା କମ୍ପାନୀ ଏସିକେଓ ଯେଉଁ ରିର୍ପୋଟ ଜାରି କରିଛି ତାହା ବେଶ ଚାଞଳ୍ୟକର ରହିଛି । ଯେଉଁ ରିର୍ପୋଟ ରେ କୁହାଯାଇଛି ଯେ ୨୦୨୨ଏବଂ୨୦୨୩ ମଧ୍ୟ ରେ ଦେଶରେ କାର ଚୋରି ଘଟଣା ଅଢେଇଗୁଣା ବୃଦ୍ଧି ଘଟିଛି ।ଆଉ ଚୋରି ମାମଲା ରେ ସବୁଠୁ ଆଗରେ ରହିଛି ଦିଲ୍ଲୀ ସହର , ଏଠାରେ ପ୍ରତି ୧୪ ମିନିଟ ରେ ଚୋରି ହେଉଛି ଗୋଟେ କାର । ଏହାସହ ଚେନ୍ନାଇ ଓ ବେଙ୍ଗାଲୁର ରେମଧ୍ୟ ଚୋରି ସଂଖ୍ୟା ବଢୁଛି । ନିଦ୍ଧିଷ୍ଟ ବାର ରେ ହିଁ ବେଶି ଚୋରି ହେଇଥିବାର ନଜର ଆସିଛି ।୨୦୨୩ ବର୍ଷ ରେ ଦିଲ୍ଲିରେ ଦୌନିକ ହାରାହାରି ଗାଡି ଚୋରି ର ୧୦୫ ମାମଲା ଦାୟର ହୋଇଛି । ଚୋରି ହେଉଥିବା କାର ମଧ୍ୟ ରେ ୪୭ ହେଉଛି ମାରୁତି ସୁଜୁକିର ଗାଡି
ମାରୁତି ଓାଗନର , ଏନଂ ସୁଇଫ୍ଟ ହେଉଛି ଚୋର ଙ୍କ ପ୍ରଥମ ପସନ୍ଦ। ଚୋରମାନେ ନୂଆନୂଆ ସ୍ମାର୍ଟ ଟେକ୍ନିକରେ ପ୍ରୟୋଗ କରୁଛନ୍ତି ଚୋରଚୋରି କରିବା ସମୟରେ।