ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଉତ୍ତୋଳନ କୁ ବିରୋଧ କରି ବାଲିଆପାଳ – କମର୍ଦ୍ଦା ମୁଖ୍ୟ ରାସ୍ତା ର ଛୋଟଖାନପୁର ଠାରେ ଟାୟାର ଜାଳି ରାସ୍ତା ଅବରୋଧ କଲେ ଗ୍ରାମବାସୀ । ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ସୁରକ୍ଷା ଦୃଷ୍ଟି ରୁ ୧ ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ କରାଯାଇଛି । ସୁଚନା ଅନୁଯାୟୀ ବାଲିଆପାଳ ଥାନା ଅନ୍ତର୍ଗତ କଣ୍ଟାପାଳ ଏବଂ ଛୋଟଖାନପୁର ଠାରେ ସୁବର୍ଣ୍ଣରେଖା ନଦୀରୁ ମାଫିଆ ମାନେ ଦିନ ରାତି ବେଆଇନ ଭାବେ ବାଲି ଉତ୍ତୋଳନ କରି ଟ୍ରାକ୍ଟର ଏବଂ ଡମ୍ପର ସାହାଯ୍ୟରେ ଚୋରା ଚାଲାଣ କରୁଛନ୍ତି । ଏହା ଦ୍ବାର ନଦୀ କୁଳ ଖାଇ ଗାଁ ପ୍ରତି ବିପଦ ଆଣୁଛି । ଅନ୍ୟପଟେ ବେଆଇନ ବାଲି ଗାଡ଼ିଗୁଡ଼ିକ ଦୃତ ଗତିରେ ରାସ୍ତାରେ ଯାତାୟତ କରୁଥିବାରୁ ଅନେକ ସମୟରେ ଛୋଟ ବଡ ଦୁର୍ଘଟଣା ଘଟୁଛି । ତେଣୁ ଏହାକୁ ବିରୋଧ କରି ଗ୍ରାମବାସୀମାନେ ବାଲିଆପାଳ ଥାନା ଏବଂ ତହସିଲଦାର ଙ୍କ ନିକଟରେ ବାରମ୍ବାର ଅଭିଯୋଗ କରି ନିରାଶ ହେବା ପରେ ଆଜି ବାଧ୍ୟ ହୋଇ ଛୋଟଖାନପୁର ଛକରେ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ଘଟଣାସ୍ଥଳରେ ବାଲିଆପାଳ ଅତିରିକ୍ତ ତହସିଲଦାର ଏବଂ ବସ୍ତା ଏସଡିପିଓ ପହଞ୍ଚି ଲୋକଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି ।