ଗଞ୍ଜେଇ ଚୋରାଚାଲାଣ ର ପେଣ୍ଠସ୍ଥଳୀ ଓ ଗଞ୍ଜେଇ ମାଫିଆ ଙ୍କ ଭୂସ୍ବର୍ଗ ପାଲଟିଛି କନ୍ଧମାଳ ଜିଲ୍ଲା । ଓ ଗତ ଚାରିମାସ ଧରି ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବରେ ଅଂଚଳର ବଣପାହାଡ଼ ଘେରା ଜଙ୍ଗଲ ଜମି ମାନଙ୍କରେ ଚଢ଼ାଉ କରି ସହସହ ଏକର ଜମିରେ ବେଆଇନ ଭାବରେ ଚାଷ ହୋଇଥିବା କୋଟିକୋଟି ଟଙ୍କାର ଗଞ୍ଜେଇ ଗଛଗୁଡିକୁ କାଟି ନଷ୍ଟ କରି ଦିଆଯାଇଥିଲେ ମଧ୍ୟ୍ୟ ଅଂଚଳରୁ ବାହାର ଜିଲ୍ଲା ଓ ରାଜ୍ୟ କୁ କୁଇଣ୍ଟାଲକୁଇଣ୍ଟାଲ ଗଞ୍ଜେଇ ଚାଲାଣ ହେଉଛି । ତେବେ ପୋଲିସ ଓ ଅବକାରୀ ବିଭାବ ଏତେ ସଂଖ୍ୟକ ଗଞ୍ଜେଇ କାଟିସାରିଲା ପରେ ମଧ୍ୟ୍ୟ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ କେଉଁଠୁ ଆସୁଛି ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । ତେବେ କିଛିଦିନ ହେଲା ଗୋଛାପଡା ପୋଲିସ ଏହି ଗଞ୍ଜେଇ ଧରା ଅଭିଯାନ କୁ ଆହୁରି କ୍ରିୟାଶୀଳ କରିଥିବା ବେଳେ ରୀତିମତ ଭାବରେ ଅଂଚଳର ବିଭିନ୍ନ ଜାଗାରେ ଚଢ଼ାଉକରାଯାଇ ତଥାପି ଏହି ଗୋଛାପଡା ଅଂଚଳରୁ ଗଂଜେଇ କରବାର ଥମିବାର ନାଧରୁନି ।
ଏକାଥରକେ ପୋଲିସ ତିନି କୁଇଣ୍ଟାଲ ଗଞ୍ଜେଇ କୁ ଜବତ କରିବା ସହ ଚାରୋଟି ବାଇକ ସହ ଦୁଇଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟଦୁଇଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି ଓ ଗୋଛାପଡା ଥାନା ସାଲାଗୁଡା ପଞ୍ଚାୟତ ର ମୁଣ୍ଡାସାହି ଅଂଚଳରୁ ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଶଗଡା ଅଞ୍ଚଳକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଗୋଛାପଡା ଥାନା ଅଧିକାରୀ ଅତର୍କିତ ଚଢ଼ାଉକାରୀ ଚାରୋଟି ବାଇକ ସହ ତିନି କୁଇଣ୍ଟାଲ ଗଞ୍ଜେଇ କୁ ଜବତ କରିବାରେ ସଫଳ ହୋଇଥିବା ବେଳେ ଦୁଇଜଣ ଅଭିଯୁକ୍ତ କୁ ଗିରଫ କରିଛି । ଅନ୍ୟ ଦୁଇଜଣ ଅଭିଯୁକ୍ତ ଘଟଣା ସ୍ଥଳରୁ ବାଇକ ସହ ଗଞ୍ଜେଇ ଛାଡି ଫେରର ହୋଇଯାଇଥିବା ପୋଲିସ ତରଫରୁ ଜଣା ପଡିଛି । ତେବେ ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟ୍ୟରୁ ଦୁଇଜଣ ଶଳାଗୁଡା ପଞ୍ଚାୟତ ପିଡିଆପାଙ୍ଗା ଗାଁ ର ଗୌରଚନ୍ଦ୍ର ରଣା ଓ ନାରାୟଣ ରଣା ବୋଲି ଜଣାପଡିଥିବା ବେଳେ ଫେରାର ଅଭିଯୁକ୍ତ ଦୁଇଜଣ ସେହି ସାଲାଗୁଡା ପଞ୍ଚାୟତ ର ବିନିକିମେଣ୍ଡି ଗାଁ ର ଯୁଧିଷ୍ଠିର ରଣା ଓ ପୁରୁଷୋତ୍ତମ ରଣା ବୋଲି ଜଣାପଡିଛି ।