ଅସୁସ୍ଥ ହୋଇପଡିଛନ୍ତି ପଦ୍ମଶ୍ରୀ ପାଇଥିବା କମଳା ପୂଜାରୀ । କଟକ ବଡ ଡାକ୍ତରଖାନା ର ଭର୍ତି ହେବା ପରେ କମଳାଙ୍କୁ ଭେଟିଛନ୍ତି ଚୌଦ୍ଵାର କଟକ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ଵାଳ । ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ହୋଇପଡ଼ିବାରୁ ପ୍ରଥମେ ତାଙ୍କୁ ଜୟପୁର ଜିଲ୍ଲା ଚିକିଛାଳୟରେ ଭର୍ତି କରାଯାଇଥିଲା । ପରେ ସ୍ଵାସ୍ଥ୍ୟରେ ଅବନତି ଘଟିବାରୁ ଗତକାଲି ସକାଳେ କଟକ ବଡ ଡାକ୍ତରଖାନାକୁ ଅଣାଯାଇଥିଲା । ସକାଳ ୬ ଟା ରେ ତାଙ୍କୁ ଆଶୁ ଚିକିଛାଳୟରେ ଭର୍ତି କରାଯାଇଥିଲା । ବର୍ତମାନ ନିଉ ମେଡ଼ିସିନ ଆଇସିୟୁରେ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ତତ୍ୱାବଧାନରେ ଚିକିଛିତ ହେଉଛନ୍ତି । ପ୍ରଭାତ ରଞ୍ଜନ ବିଶ୍ଵାଳ ବଡ ଡାକ୍ତରଖାନା ଯାଇ ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ସାକ୍ଷାତ କରି ଡାକ୍ତର ମାନଙ୍କ ସହିତ ପରାମର୍ଶ କରିଥିଲେ । ତାଙ୍କ ଚିକିତ୍ସା ଯେପରି ଭଲଭାବରେ କରାଯାଇପାରିବ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ । ପଦ୍ମଶ୍ରୀ କମଳା ପୂଜାରୀଙ୍କ ସିକିତ୍ସା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଡ଼ ଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଗଠିତ ହୋଇଛି । ଆଜି କିଡ୍ନୀ ଅଲଟ୍ରା ସାଉଣ୍ଡ ସମେତ ସବୁ ପରକ୍ଷା କରିବା ସଂଗେ ସଂଗେ ସିଟି ସ୍କାନ କରିବାକୁ ଡାକ୍ତରୀ ଟିମ ପରାମର୍ଶ ଦେଇଛନ୍ତି . ପଦ୍ମଶ୍ରୀ କମଳା ପୂଜାରୀ ଙ୍କୁ ନିକଟରେ ତାଙ୍କର ପୁତ୍ର ଧନଜୟ ପୂଜାରୀ ରହିଥିବା ବେଳ ଏସ ସି ବି ମେଡିକାଲ ର ପରାମର୍ଶ ଦାତା ଦିଲ୍ଲୀପ ସାହୁ ବ୍ୟକ୍ତିଗତ ଭାବେ ସେଠାରେ ରହି ତାଙ୍କର ଚିକିତ୍ସା କିପରି ଆହୁରି ଉନ୍ନତ ହୋଇ ପାରିବ ତାହାର ତାଦରଖ କରୁଛନ୍ତି ।