ସରକାର ସାଧାରଣ ଲୋକମାନଙ୍କ କାର୍ଯ୍ୟକୁ ସରଳ ଓ ସୁବିଧାରେ କରାଇବା ପାଇଁ ସରକାରୀ ବାବୁ ମାନଙ୍କୁ ଦରମା ଦେଇ ନିଯୁକ୍ତି ଦେଇଛନ୍ତି । ଯେମିତି କୌଣସି କାମକୁ ନେଇ ଲୋକେ ହଇରାଣ ନ ହୁଅନ୍ତୁ । ଏଥିପାଇଁ ମାସ ଶେଷରେ ମୋଟା ଅଙ୍କର ଟଙ୍କା ବି ଦିଅନ୍ତି । ହେଲେ ବାସ୍ତବରେ ଘଟିଥାଏ ଓଲଟା ଘଟଣା । କିଛି ସରକାରୀ ବାବୁ ଲୋକଙ୍କ କାମ କରିବା ପାଇଁ ଲାଞ୍ଚ ମାଗିଥାଆନ୍ତ । ହେଲେ ଏଥିରେ ବଳି ପଡିଯାଆନ୍ତି ନିରୀହ ଲୋକେ । ଯିଏ ଲାଞ୍ଚ ଦେଇନପାରିଲା ତାର କାମ ସେମିତି ରହିଯାଏ, ଆଉ ବ୍ୟକ୍ତି ଜଣକ ଅଫିସ ଦୌଡି ଦୌଡି ନୟାନ୍ତ ହୋଇଗଲେ ବି କାମ କିଛି ବି ହୋଇପାରେନି । ସେହିଭଳି ଏକ ଘଟଣା ଘଟିଛି ସମ୍ବଲପୁର କୁଚିଣ୍ଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ।
ଜଣେ ହିତାଧିକାରୀଙ୍କ ଗୋଷ୍ଠୀକୁ ଜଙ୍ଗଲ ଅଧିକାର ପ୍ରଦାନ କାମ କରିବାକୁ ୮ ହଜାର ଟଙ୍କା ମାଗିଥିଲେ କାର୍ଯ୍ୟାଳୟ ର ଜଙ୍ଗଲ ଅଧିକାର ସହାୟକ ନିଖତ ପରବିନ୍ା ଜଙ୍ଗଲ ଅଧିକାର ସହାୟକ ଭାବରେ କାର୍ୟ୍ୟ କରୁଥିବା ନିଖତ ଜଙ୍ଗଲ ଅଧିକାର ଆଇନରେ ଜଣେ ହିତାଧିକାରୀଙ୍କ ଗୋଷ୍ଠୀରୁ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ପ୍ରଦାନ ପାଇଁ ଫାଇଲ କାମ ଆଗେଇବା ପାଇଁ ହିତାଧିକାରୀଙ୍କ ପ୍ରତିନିଧୀଙ୍କ ଠାରୁ ୨୩,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ତେଣେ ତାଙ୍କ ଦାବି ମୁତାବକ ସେ ପ୍ରଥମ କିସ୍ତିରେ ୧୫ହଜାର ଟଙ୍କା ମଧ୍ୟ ନେଇ ସାରିଥିଲେ। ଏନେଇ ହିତାଧିକାରୀ ଜଣକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିବା ପରେ ଭିଜିଲାନ୍ସ ଯୋଜନା ମୁତାବକ ଦ୍ୱିତୀୟ କିସ୍ତିର ୮ ହଜାର ଟଙ୍କା ନେବା ବେଳେ ପୁର୍ବ ଯୋଜନା ମୁତାବକ ଭିଜିଲାନ୍ସ ତାଙ୍କୁ ଟଙ୍କା ସହ ଧରି ପକାଇଥିଲା ।