କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍ ଦେପୁର ଠାରେ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଗତ ରାତିରେ କେନାଲ ଭୁଶୁଡ଼ି ୨୦ ଫୁଟ୍ ର ଘାଇ ସୃଷ୍ଟି ହୋଇଛି । ଫଳରେ କେନାଲରୁ ପାଣି ନିଷ୍କାସନ ହୋଇ ବ୍ୟାପକ ଅଞ୍ଚଳ ଜଳମଗ୍ନ ହେଇଛି। ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ପଶିବା ସହ ଲୋକଙ୍କ ଘରେ ମଧ୍ୟ ପାଣି ପଶିଛି। ସୂଚନା ଅନୁସାରେ ଗତ ଜାନୁୟାରୀ ୮ ତାରିଖ ଦିନ ରବି ଫସଲ ପାଇଁ ଉଭୟ ବାମ, ଦକ୍ଷିଣ ଓ ଲିଫ୍ଟ୍ କେନାଲରେ ପାଣି ଛଡା ଯାଇଥିଲା। ହେଲେ ଏହି କିଛି ଦିନ ଭିତରେ ଦକ୍ଷିଣ କେନାଲରେ ଘାଇ ସୃଷ୍ଟି ହୋଇଛି। ଘଟଣା ସ୍ଥଳରେ କଲମପୁର ବ୍ଲକ୍ ତହସିଲଦାର ଓ ବିଡ଼ିଓ ପହଞ୍ଚି ତଦାରଖ ଆରମ୍ଭ କରିଛନ୍ତି ।