ତାଳଚୁଆ ମେରାଇନ ଥାନା ଅଞ୍ଚଳରେ ଶବର ତାଣ୍ଡବ , ଗୋଟିଏ ଦିନରେ ମିଳିଛି ଚାରୋ ଚାରୋଟି ମୃତଦେହ । ଯାହା ସାରା ଅଞ୍ଚଳକୁ ସ୍ତବ୍ଦ କରିଦେଇଛି । ପ୍ରଥମେ ସକାଳୁ ସକାଳୁ ରଙ୍ଗଣୀ ପଞ୍ଚାୟତ ଚାଆଁରାକୋଲା ନାଳ ଭିତରେ ଏକ ଯୁବକଙ୍କ ମୃତ ଶରୀର ଦେଖିବାକୁ ମିଳିଥିଲା । ମୃତକ ଜଣକ ଥିଲେ ରଙ୍ଗଣୀ ଗ୍ରାମର ମନ୍ଦ୍ରା ଦଳାଇଙ୍କ ପୁଅ କୁନା ଦଳାଇ । ଏହାପରେ ରଙ୍ଗଣୀ ଠାରୁ ୧୩ କିଲୋମିଟର ଦୂର ରାଜେନ୍ଦ୍ରନଗର ଠାରେ ଗୋଟିଏ ପରିବାବାରୁ ୩ ଜଣଙ୍କ ମୃତ୍ୟୁ ଘଟଣା ସାରା ଅଞ୍ଚଳକୁ ଦୋହଲ୍ଲାଇ ଦେଇଛି । ଏହି ଗାଁର ସୁଦାମ ମଣ୍ଡଳ ନିଜ ଘର ଛାତର ଲୁହା ରଡ଼ରେ ରଶି ଲଗାଇ ଝୁଲନ୍ତା ଅବସ୍ଥାରେ ମିଳିଥିବା ବେଳେ ଘର ଭିତରୁ ବଡ ପୁଅ ପରକ୍ଷୀତ ମଣ୍ଡଳ ଓ ସ୍ତ୍ରୀ ଜୟନ୍ତୀ ମଣ୍ଡଳଙ୍କ ଶବ ଉଦ୍ଧର ହୋଇଛି, ସୂଚନା ଯୋଗ୍ୟ ସୁଦାମଙ୍କ ମୃତ ଶରୀର ଘର ଆଗ ଛାତର ଲୁହା ରଡ଼ରେ ଝୁଲୁଥିବା ସମୟରେ ଘର କବାଟ ଭିତର ପଟୁ ବନ୍ଦ ଥିଲା ।
ରାଜନଗର ତହସିଲଦାର ଘଟଣାସ୍ଥଳରେ ପହଁଚିଲା ପରେ କବାଟ ତଢା଼ ଯାଇଥିଲା । କବାଟ ତଢା଼ ଗଲାପରେ ଘର ଭିତର ଖଟ ଉପରୁ ବଡ଼ ପୁଅ ପରୀକ୍ଷିତ ମଣ୍ଡଳ ଓ ଚଟାଣ ଉପରୁ ସ୍ତ୍ରୀ ଜୟନ୍ତୀ ମଣ୍ଡଳଙ୍କ ମୃତ ଦେହ ପଡିରହିଥିବା ଦେଖିବାକୁ ମିଳିଥିଲା । ପରେ ନିଜ ପରିବାରର ତିନି ଜଣଙ୍କ ମୃତ୍ୟୁ ଖବର ପାଇଁ ପାରାଦୀପରୁ ସୁଦାମଙ୍କ ସାନ ପୁଅ ଗୌରହରି ମଣ୍ଡଳ ଥାନାରେ ଏତେଲା ଦେବା ପରେ ତାଳଚୁଆ ସାମୁଦ୍ରିକ ପୋଲିସ ଛାନଭିନ ଆରମ୍ଭ କରିଛି । ତେବେ ସୁଦାମଙ୍କ ବଡପୁଅ ଜଣେ ମାନସିକ ରୋଗୀ ଥିବା ବେଳେ ପାରିବାରିକ କଳହ କାରଣରୁ ଏଭଳି ଘଟିଥାଇ ପାରେ ବୋଲି ସନେ୍ଦହ କରାଯାଉଛି ।