ସାମ୍ନାରେ ରହିଛି ନିର୍ବାଚନ । ଶାନ୍ତିଶୃଙ୍ଖଳାରେ ନିର୍ବାଚନ ହେବା ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି ପ୍ରସ୍ତୁତି । ତେବେ ଏନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନିର୍ବାଚନକୁ ଶାନ୍ତିଶୃଙ୍ଖଳା ତଥା ଅବାଧରେ କରିବା ନିମନ୍ତେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତେବେ ଏନେଇ ଦେଶରେ ସେଣ୍ଟ୍ରାଲ ଆର୍ମଡ ଫୋର୍ସ ମୁତୟନ କରାଯାଉଛି। ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ୭୫ କମ୍ପାନୀ ଫୋର୍ସ ଆଲର୍ଟ କରାଯାଇଛି। ସେଥି ମଧ୍ୟରୁ ଆଜି ଓଡ଼ିଶାରେ ୧୫ କଂପାନୀ CAPF ଫୋର୍ସ ପହଞ୍ଚିବା ବେଳେ ।ସେମାନଙ୍କୁ ୧୫ ଜିଲ୍ଲାରେ ମୁତୟନ କରାଯିବାନେଇ ସୂଚନା ରହିଛି । ଆସନ୍ତା କିଛି ଦିନ ମଧ୍ୟରେ ଆଉ ୬୦ କମ୍ପାନୀ ଫୋର୍ସ ପହଞ୍ଚିବେ ବୋଲି କହିଛନ୍ତି ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର । ପରିସ୍ଥିତି ଦେଖି ଫୋର୍ସ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ସେ କହିଛି ।