ଆଉ ମାତ୍ର କେଇଟା ଦିନରେ ୨୦୨୪ ନିର୍ବାଚନ ପ୍ରାର୍ଥି ପାଇଁ ଦଶ ହଜାର ଦରଖାସ୍ତ କାରୀ । ରାଜ୍ୟରେ ୧୪୭ ବିଧାନସଭା ଆସନ ରହିଛି । ନିର୍ବାଚନ ପୂର୍ବରୁ ବିଜେଡି ଟଳମଳ ,ସବୁଠି ଫାଳ ଫାଳ ଶାସକ ଦଳ ବୋଲି ଯାହା ଦେଖିବାକୁ ମିଳିଛି । ଶାସକ ଦଳର ଅନ୍ତଃକନ୍ଦଳ ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି । ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ଅନନ୍ତ ନାରାୟଣ ଜେନାଙ୍କ ବିରୁଦ୍ଧରେ ସ୍ଥାନୀୟ କର୍ପରେଟର ଅମେରଶ ଜେନା ମେଳି ବାନ୍ଧି ନବୀନ ନିବାସରେ । କାକଟପୁର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ବିରୁଦ୍ଧରେ ସୁରେନ୍ଦ୍ର ସେଠି ନବୀନ ନିବାସରେ ଫେରାଦ ହୋଇସାରିଲେଣି ।
ସେପଟେ ଭଦ୍ରକ ଓ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ମଧ୍ୟ ବିଜେଡିର ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳୁଛି । ଭଦ୍ରକରେ ବିଧାୟକ ସଞ୍ଜୀବ ମଲିକ ବନାମ ଅସିତ ପଟ୍ଟନାୟକ, ସିମୁଳିଆରେ ବିଧାୟକ ଜ୍ୟୋତି ପାଣିଗ୍ରାହୀ ବନାମ ଗଣେଷ ମହାପାତ୍ର, ପାଟଣାଗଡ଼ ରେ ବିଧାୟକ ସରୋଜ ମେହେର ବନାମ ଶିବାନନ୍ଦ ପରିଛାଙ୍କୁ ନେଇ ଦଳ ଏବେ ଦୁଇ ଭାଗରେ ବିଭକ୍ତ ହୋଇଛି । ସବୁଠି ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଓ ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିଛି । ବିଜେଡି ନେତାଙ୍କ ମଧ୍ୟରେ ଏବେ ନୁହେଁ ତ କେବେ ନୁହେଁ ଧାରଣା ଯୋର ଧରିଛି। କେହି କାହାରିକୁ ବାଟ ଛାଡ଼ିବାକୁ ନାରାଜ୍ । ଜଣେ ରାଜୁ ଦାସଙ୍କୁ ମ୍ୟାନେଜ କରିପାରିଲାନି ବୋଲି ଧାମନଗର ଉପନିର୍ବାଚନରେ ଧୂଳି ଚାଟିଲା ବିଜେଡି ।