ରାୟଗଡ଼ ଜିଲ୍ଲା ବିଷମକଟକ ନିର୍ବାଚନୀ ମଣ୍ଡଳୀର ଟାଣୁଆ ଯୁବ ନେତା। ଜଗନ୍ନାଥ ନୁଣ୍ଡ୍ରୁକା ବିଜେଡ଼ି ଦଳ ଛାଡ଼ି ବିଜେପିର ଯୋଗ ଦେବ ଘଟଣା ବିଜେଡ଼ି ଦଳ ପାଇଁ ଶକ୍ତ ଧକ୍କା ବୋଲି ଚର୍ଚ୍ଚା ଚାଲିଛି । ସୂଚନା ମୁତାବକ ଏହି ଯୁବ ନେତାଙ୍କ ପତିଆରା ବିଷମ କଟକ ନିର୍ବାଚନୀ ମଣ୍ଡଳୀରେ ବଢ଼ିଥିବା ବେଳେ , ବର୍ତ୍ତମାନ ତାଙ୍କର ସ୍ତ୍ରୀ ଦୁଃଖିନୀ ନୁଣ୍ଡ୍ରୁକା ମୁନିଗୁଡା ବ୍ଲକ ଅଧ୍ୟକ୍ଷା ଭାବେ ଅଛନ୍ତି , ଯାହାକି ଏହି ସମୟରେ ଜଗନ୍ନାଥଙ୍କ ଭୁବନେଶ୍ୱର ଠାରେ ବିଜେପିର ରାଜ୍ୟ ନେତୃବୃନ୍ଦ ତଥା ଜିଲ୍ଲାର ଯୁବ ନେତା ଶିବଶଙ୍କର ଉଲ୍ଲକାଙ୍କ ଉପସ୍ଥିତିରେ ବିଜେଡ଼ି ଛାଡ଼ି ବିଜେପି ରେ ଯୋଗ ଦେଇଥିବା ବେଳେ ରାଜନୈତିକ ସମୀକ୍ଷକ ମାନେ ବିଷମକଟକରେ ମନ୍ତ୍ରୀ ଜଗନ୍ନାଥଙ୍କ ୨୦୨୪ ନିର୍ବାଚନରେ କଣ୍ଟା ହୋଇ ବାଟ ଓଗାଳିବେ ଯାହାକି ଜଗନ୍ନାଥ ସାରକାଙ୍କ ପାଇଁ ଭାରି ପଡିବ ବୋଲି ମତ ବ୍ୟକ୍ତ କରିଛନ୍ତି ।