ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକକୁ ଏନଏସି ମାନ୍ୟତା ଦାବିରେ ଗର୍ଜିଲା ବିଜେପି ଯୁବମୋର୍ଚ୍ଚା । ପାରାଦୀପ ନିର୍ବାଚନ ମଣ୍ଡଳୀର ବିଜେପି ନେତା ସମ୍ପଦ ସ୍ବାଇଁଙ୍କ ନେତୃତ୍ଵରେ କୁଜଙ୍ଗକୁ ଏନଏସିର ମାନ୍ୟତା ଦାବୀରେ ପାରାଦୀପ ବିଜେପି ଯୁବମୋର୍ଚ୍ଚା। ଏପରି ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ କୁଜଙ୍ଗ ତହସିଲ କାର୍ୟ୍ୟାଳୟ ସମ୍ମୁଖରେ। ତେବେ ସାରା ରାଜ୍ୟରେ ୩୪ଟି ଅଞ୍ଚଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନଏସି ଘୋଷଣା କରିଥିବା ବେଳେ ସେଥି ମଧ୍ୟରୁ ବାଦ ପଡ଼ିଛି କୁଜଙ୍ଗ ଅଞ୍ଚଳ।
ତେବେ ବନ୍ଦର ନଗରୀ ପାରାଦୀପରେ ବହୁ ଶିଳ୍ପ କାରଖାନା ମାନ ଗଢ଼ି ଉଠିଥିବା ବେଳେ ସ୍ଥାନୀୟ ଅଞ୍ଚଳ କୁଜଙ୍ଗରେ ବିପର୍ୟ୍ୟସ୍ତ ହୋଇପଡିଛି ସ୍ୱାସ୍ଥ୍ୟସେବା, ଶିକ୍ଷା, ନିଯୁକ୍ତି ଭଳୀ ଅନେକ ସମସ୍ୟା। ଯାହାକୁ ନେଇ ପାରାଦୀପ ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ପକ୍ଷରୁ ଶତାଧିକ ସଂଖ୍ୟାର କର୍ମୀ ମାନେ କୁଜଙ୍ଗକୁ ଏନଏସିର ମାନ୍ୟତା ଦାବୀରେ ତହସିଲଦାରଙ୍କ ଜରିଆରେ ମୂଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।