ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଧିନସ୍ଥ ଓଗରପୁର ଗ୍ରାମର ଜଘନ୍ୟ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ବୁଲା ଓରଫ ବିକ୍ରମ ଦେଖାଇଛି ହତ୍ୟାକାଣ୍ଡର ଡେମୋ । ସୂଚନା ଥାଉକି ଗତ ୧୯ ତାରିଖ ରାତ୍ରିରେ ମାନିଆ ବିଶ୍ୱାଳକୁ ଜଘନ୍ୟ ଭାବେ ହତ୍ୟା କରାଯାଇଥିବା ବେଳେ ମାନିଆର ପୁଅ ସିଲୁ ଓ ତା ସ୍ତ୍ରୀକୁ ହତ୍ୟା ଉଦ୍ୟମ କରିଥିଲା ବିକ୍ରମ । ଏହି ଜଘନ୍ୟ କାଣ୍ଡ ଘଟାଇଥିବା ଅଭିଯୁକ୍ତ ଖୋଦ ମାନିଆ ବିଶ୍ୱାଳର ସଉତୁଣୀର ପୁଅ ବୁଲା ଓରଫ ବିକ୍ରମ ବିଶ୍ୱାଳ । ଅଭିଯୁକ୍ତ ନିଜ ମା ର ଖୁସି ପାଇଁ ଘଟାଇଥିଲା ଏଭଳି ଜଘନ୍ୟ କାଣ୍ଡ ।
ବୁଲା ର ବାପା ଅର୍ଜୁନ ବିଶ୍ୱାଳ ଦ୍ୱିତୀୟ ବିବାହ କରିଥିଲା ମାନିଆ ବିଶ୍ୱାଳକୁ । ଆଉ ସେତେବେଳକୁ ବୁଲା ୧୩ବର୍ଷ ର ହୋଇଥିଲା । ଆଉ ବାପା ଅର୍ଜୁନ ଏବଂ ସାବତ ମା ମାନିଆ ବୁଲା ଏବଂ ବୁଲା ମା ଡଲିକୁ ବିଭିନ୍ନ ପ୍ରକାର ନିର୍ୟାତନା ଦେଇଥିଲେ । ଆଜକୁ ଠିକ ୨୩ବର୍ଷ ର କାହାଣୀ କୁ ମନେ ପକାଇ ଜଘନ୍ୟ ହତ୍ୟାକାଣ୍ଡ ଘଟାଇଛି ବୁଲା । ସାବତ ମା ମାନିଆ ବିଶ୍ୱାଳ ଓ ତାର ପୁଅ ସିଲୁ ଏବଂ ବୋହୁ କୁ ଜୀବନରୁ ହଟାଇ ଦେବାକୁ ବୁଲା ସ୍ଥିର କରିଥିଲା । ଯାହାର ଡେମୋ ଦେଖାଇଛି ବୁଲା ଓରଫ ବିକ୍ରମ ବିଶ୍ୱାଳ । ଡେମୋ ଦେଖାଇବା ପରେ ବୁଲାକୁ କୋଟଚାଲାଣ କରିଛି ବାଲିକୁଦା ପୋଲିସ । ଆଉ ଆଡିସନାଲ ଏସପି କହିଛନ୍ତି ପୁଣି ଥରେ ଆସାମୀକୁ ରିମାଣ୍ଡ ଅଣାଯାଇ ପୁରା ସତ୍ୟ ପ୍ରକାଶ କରାଯିବ।