ସହରପଡାରେ ଚାଞ୍ଚଲ୍ୟ । ବାପ-ପୁଅ ସମ୍ପର୍କରେ ଲାଗିଲା ରକ୍ତଛିଟା । ପୁଅ ସାଜିଲା ବାପର ହତ୍ୟାକାରୀ । ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ସଦରଥାନା ଅନ୍ତର୍ଗତ ଘେନୁପାଲି ସହରାପଡାରେ । ମୃତ ବ୍ୟକ୍ତି ଜଣକ ହେଲେ ଘେନୁପାଲି ସହରାପଡାର ଲିଙ୍ଗରାଜ କୁମୁରା, ଆଉ ହତ୍ୟାକାରୀ ପୁଅ ହେଲା ଆଦିତ୍ୟ କୁମୁରା । ସୁଚନା ଅନୁସାରେ କୌଣଷି ଘରୋଇ ଗଣ୍ଡଗୋଳ କାରଣରୁ ଆଦିତ୍ୟ ନିଜ ପିତାକୁ ଆକ୍ରମଣ କରିବାରୁ ଲିଙ୍ଗରାଜ କୁମୁରା ଗୁରୁତର ଆହତ ହୋଇଥିଲେ । ଏପରିକି ଆକ୍ରମଣ ପରେ ନିଜ ପିତାକୁ ପୋଡିବାକୁ ଚେଷ୍ଟା କରିଥିଲା ପୁଅ । ପରେ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇଁ ସଦର ପୋଲିସ ବିଳମ୍ବିତ ରାତିରେ ଲିଙ୍ଗରାଜ ଚିକିତ୍ସା ପାଇଁ ମେଡିକାଲକୁ ନେଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏନେଇ ସଦର ପୋଲିସ ଏକ ମାମଲା ରୁଜୁ କରିଥିବା ବେଳେ ହତ୍ୟାକାରୀ ପୁଅ ବର୍ତ୍ତମାନ ପର୍ୟ୍ୟନ୍ତ ଗିରଫ ହୋଇନଥିବା ନେଇ ପୋଲିସ ସୂଚନା ଦେଇଛି।