ଓଡ଼ିଶାରେ ପୁଣି ଫେରିଲା କରୋନା ଭୟ। ରାଜ୍ୟରେ ୨୪ ଘଣ୍ଟାରେ ୨୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୩୯ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୯୫ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ନୂଆପଡ଼ରୁ ୩୩ ଜଣ, ଖୋର୍ଦ୍ଧାରୁ ୩୨, କଟକରୁ ୨୯, ବରଗଡ଼ରୁ ୨୪, କଳାହାଣ୍ଡିରୁ ୧୭, ସୁନ୍ଦରଗଡ଼ ଓ ବଲାଙ୍ଗିରରୁ ୧୫ ଜଣ ଲେଖାଏଁ, ସମ୍ବଲପୁରରୁ ୧୧ ଜଣ, ଭଦ୍ରକରୁ ୮ ଜଣ, ପୁରୀରୁ ୬ଜଣ, ମୟୂରଭଞ୍ଜରୁ ୫ ଜଣ,ଯାଜପୁର ଓ ଝାରସୁଗୁଡାରୁ ୪ ଜଣ ଲେଖାଏଁ, ଅନୁଗୁଳ ଓ ବାଲେଶ୍ବର ଜିଲ୍ଲାରୁ ୩ ଜଣ ଲେଖାଏଁ, ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ, ଦେବଗଡ଼, ଢ଼େଙ୍କାନାଳ,କେନ୍ଦୁଝର, ନୟାଗଡ଼ ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍ରୁ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୬୯୪ ଜଣକୁ ବଢ଼ିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।