ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଖଲିଆପାଲି ଗାଁରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ୬ ମାସ ଶିଶୁପୁତ୍ରର ତଣ୍ଟି କାଟିଦେଇଛି ନିଜ ଜନ୍ମକଲା ମାଆ। ଅଭିଯୁକ୍ତ ହେଲେ ମୀନା ନାଗ। ଏହାପରେ ପରିବାରଲୋକେ ଶିଶୁକୁ ପ୍ରଥମେ ତରଭା ଡାକ୍ତରଖାନା ଓ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଛନ୍ତି।
ଆଜି ସକାଳେ ମା’ ତାର ୬ମାସର ପୁଅର ତଣ୍ଟିକାଟି କୁଆଡ଼େ ପଳାଇଥିଲା। ଜେଜେ ମା’ ଶିଶୁଟିକୁ ତେଲ ମାଲିସ କରିବାକୁ ଆସିଥିଲେ। ଏହି ସମୟରେ ଶିଶୁଟି ରକ୍ତଜୁଡ଼ୁଜୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ।
ପରିବାର ଲୋକେ ଶିଶୁଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।
ଶିଶୁର ବାପା କହିଛନ୍ତି, ମୋ ସ୍ତ୍ରୀର ମାନସିକ ଅବସ୍ଥା ଠିକ୍ ନାହିଁ। ତାର ଚିକିତ୍ସା ଚାଲିଛି।